29.1 C
Bhubaneswar
Friday, September 25, 2026
Homeଓଡିଶାବର୍ଷାରେ ଘର ଭାଙ୍ଗିଥିଲେ ମିଳିବ ନୂଆ ଘର

ବର୍ଷାରେ ଘର ଭାଙ୍ଗିଥିଲେ ମିଳିବ ନୂଆ ଘର

ଭୁବନେଶ୍ଵର: ରାଜ୍ୟରେ ଲାଗିରହିଥିବା ଅବିଶ୍ରାନ୍ତ ବର୍ଷା ଯୋଗୁଁ ଅନେକ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ବିଶେଷ କରି ଅନେକ ସ୍ଥାନରେ ଗ୍ରାମବାସୀଙ୍କ କଚ୍ଛା ଘର ଭାଙ୍ଗିଯାଇଥିବା ବେଳେ ବର୍ଷା ଜାରି ରହିଲେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବା ଆଶଙ୍କା କରାଯାଉଛି । ଏହି ପରିସ୍ଥିତିରେ ପ୍ରଭାବିତଙ୍କ ପାଇଁ ବଡ଼ ଆଶ୍ୱାସନା ଦେଇଛନ୍ତି ରାଜ୍ୟ ସରକାର । ବର୍ଷା ଯୋଗୁଁ ଯେଉଁମାନଙ୍କ ଘର ଭାଙ୍ଗିଛି, ସେମାନଙ୍କୁ ସରକାରୀ ଯୋଜନାରେ ତୁରନ୍ତ ନୂଆ ଘର ଯୋଗାଇ ଦିଆଯିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଶୁକ୍ରବାର ସୂଚନା ଦେଇଛନ୍ତି ।ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଗତ ୪ ଦିନର ଲଗାଣ ବର୍ଷା ଫଳରେ ରାଜ୍ୟର ୪ଟି ଜିଲ୍ଲାରେ ପ୍ରାୟ ୪୫ରୁ ୫୦ଟି ଘର ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବେ ଭାଙ୍ଗିଯାଇଛି । କ୍ଷତିଗ୍ରସ୍ତ ପରିବାରଗୁଡ଼ିକୁ ‘ଅନ୍ତଦ୍ୱୟ ଗୃହ ଯୋଜନା’ ଅଧୀନରେ ନୂତନ ଆବାସ ଯୋଗାଇ ଦିଆଯିବ । ବର୍ଷା କମିବା କ୍ଷଣି ମାତ୍ର ୫ ଦିନ ମଧ୍ୟରେ ସମସ୍ତ କ୍ଷୟକ୍ଷତିର ଚୂଡ଼ାନ୍ତ ଆକଳନ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking