28.1 C
Bhubaneswar
Thursday, September 24, 2026
Homeଓଡିଶାଲଗାଣ ବର୍ଷାରେ ବୁଡିଲା ୪ ପୋଲ

ଲଗାଣ ବର୍ଷାରେ ବୁଡିଲା ୪ ପୋଲ

ମାଲକାନଗିରି : ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ୍ ନିକଟରେ ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ । ବୁଧବାର ରାତି ପ୍ରାୟ ସାଢେ ୧୧ଟାରେ ଗଭୀର ଅବପାତ ସ୍ଥଳଭାଗ ଅତିକ୍ରମ କରିଛି । ପ୍ରାୟ ୩ ଘଣ୍ଟା ଧରି ଲ୍ୟାଣ୍ଡଫଲ୍ ପରକ୍ରିୟା ଜାରି ରହିଥିଲା । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ସର୍ବାଧିକ ୬୫ ରୁ ୭୫ କିମି ରହିଥିଲା । ଲ୍ୟାଣ୍ଡଫଲ୍ ସମୟରେ ପ୍ରାୟ ୫ ମିଟର ଯାଏଁ ସମୁଦ୍ର ମାଡ଼ି ଆସିଥିଲା । ପ୍ରଭାବରେ ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେଉଛି । ଉପକୂଳ ସମେତ ସାରା ଓଡ଼ିଶାରେ ତୁହାକୁ ତୁହା ବର୍ଷା ଜାରି ରହିଛି । ତେବେ ଆସନ୍ତା ୧୨ ଘଣ୍ଟା ଗୁରୁତ୍ଵପୂର୍ଣ୍ଣ ବୋଲି ଭାରତୀୟ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି । ୨୬ ଯାଏ ବର୍ଷା ବିତ୍ପାତ ଲାଗି ରହିବ । ଆକସ୍ମିକ ବନ୍ୟା ଆସିପାରେ। ଭୂସ୍ଖଳନର ଭୟ ବି ରହିଛି । ବର୍ଷାର ପ୍ରକୋପରେ ବିଭିନ୍ନ ଜିଲ୍ଲାର ସ୍ଥିତି ସଙ୍ଗୀନ ରହିଛି ।

ତେବେ ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁ ବୁଡିଲା ୪ ପୋଲ । କାଙ୍କୁରୁକୋଣ୍ଡା, କନ୍ୟାଶ୍ରମ, ଏମଭି-୯୦ ଓ ଏମଭି-୯୬ ପୋଲ ଉପର ତିନିରୁ ଚାରି ଫୁଟ ଉଚ୍ଚତାରେ ବନ୍ୟା ପାଣି ପ୍ରବାହିତ ହେଉଛି । ଫଳରେ ମାଲକାନଗିରି ଠାରୁ କାଲିମେଳା, ମୋଟୁ ଓ ପଡିଆ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ । ୩୨୬ ନମ୍ବର ଜାତିୟ ରାଜପଥର ଅନେକ ସ୍ଥାନରେ ଅଟକି ରହିଛି ଶହ ଶହ ଯାନ ବାହାନ । ଲୋକଙ୍କ ସୁରକ୍ଷା ଲାଗି ସମସ୍ତ ପୋଲ ନିକଟରେ ପୋଲିସ ମୁତୟନ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking