ଭୁବନେଶ୍ୱର : ବିଜେପି ନେତା ଓ ସାଂସଦମାନେ ରାଜଧର୍ମ ଭୁଲିଯାଇଛନ୍ତି । ନିଜ ମା’ ଓ ମାଟି ପ୍ରତି ଅନ୍ୟାୟ କରିଛନ୍ତି ।ଖଣି ସଂଶୋଧନ ବିଲକୁ ସମର୍ଥନ କରିଥିବା ବିଜେପି ସାଂସଦ ମାନେ ଉତ୍ତର ଦିଅନ୍ତୁ, ସୋମାନେ କହା ସହ ଅଛନ୍ତି । ନିଜ ମାତୃଭୂମି ସହିତ ନା ଆଉ କାହା ସହିତ? ଓଡି଼ଶାର ଜେନ-ଜି ଓ ତାଙ୍କ ଭବିଷ୍ୟତ ସହ ନା ଯେଉଁମାନେ ଓଡି଼ଶାର ସାମ୍ବିଧାନିକ ଅଧିକାର ଛଡ଼ାଇ ନେଉଛନ୍ତି ସେମାନଙ୍କ ସହିତ?ଓଡି଼ଶା ବିରୋଧୀ ବିଲ୍ ଆଗରୁ ଆସୁନଥିଲା । କାରଣ, ୨୪ ବର୍ଷ ଧରି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟର ଅଧିକାରର ସୁରକ୍ଷା କରି ଆସିଥିଲେ । ବିଜେଡି ସାଂସଦ, ଓଡି଼ଶାର ସ୍ୱାର୍ଥ ବିରୋଧୀ ଯେକୈାଣସି ପଦକ୍ଷେପକୁ ଦୃଢ ଭାବେ ବିରୋଧ କରୁଥିଲେ ।ଯେପର୍ଯ୍ୟନ୍ତ ଏହି ସଂଶୋଧିତ ଏମଏମଡିଆର ଆଇନ ପ୍ରତ୍ୟାହୃତ ନହୋଇଛି, ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ତାର ଲଢେଇ ଜାରି ରଖିବ ।










