27.1 C
Bhubaneswar
Wednesday, September 23, 2026
Homeଓଡିଶାଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି! ୬ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି! ୬ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ:  ଆଜି ଭାଦ୍ରବ ମାସ ଶୁକ୍ଲପକ୍ଷ ଦ୍ୱାଦଶୀ ତିଥି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାମନ ଜନ୍ମ ନୀତି । ଏଥିପାଇଁ ଆଜି ସକାଳୁ ସ୍ୱତନ୍ତ୍ର ନୀତିକାନ୍ତୀ ଆରମ୍ଭ ହୋଇଛି । ମଧ୍ୟାହ୍ନ ଧୂପ ବଢିବା ପରେ ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ପୂଜା ଵିଧି ଅନୁଷ୍ଠିତ ହେବ । ସେଥିପାଇଁ ମଧ୍ୟାହ୍ନଧୂପ ଛେକ ପରେ ପ୍ରାୟ ଅପରାହ୍ନ ୫ ଟା ଠାରୁ ରାତି ୧୧ଟା ପର୍ଯ୍ୟନ୍ତ  ୬ଘଣ୍ଟା  ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।ବାମନ ଜନ୍ମ ନୀତି ପରେ ପୁନର୍ବାର ଦର୍ଶନ ଚାଲୁରହିବ ବୋଲି ଜଣାପଡିଛି। ଷଡ଼ ଜୟନ୍ତୀ ମାନଙ୍କ ମଧ୍ୟରୁ ବାମନ ଜନ୍ମ ଅନ୍ୟତମ ହୋଇଥିବାରୁ ଗତକାଲି ରାତ୍ରରେ ଶ୍ରୀମନ୍ଦିର ପୁରୋହିତଙ୍କ ଦ୍ୱାରା ଅଧିବାସ ହୋଇଥିଲା । ଆଜି ମଧ୍ୟ ଶ୍ରୀମନ୍ଦିରରେ ଗରୁଡ଼ ପାର୍ଶ୍ୱ ପରିବର୍ତ୍ତନ ନୀତି ଅନୁଷ୍ଠିତ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking