27.1 C
Bhubaneswar
Tuesday, September 22, 2026
Homeଓଡିଶାବଙ୍ଗୋପସାଗରରେ ଅବପାତ: ଓଡ଼ିଶାରେ ପ୍ରବଳ ବର୍ଷା !

ବଙ୍ଗୋପସାଗରରେ ଅବପାତ: ଓଡ଼ିଶାରେ ପ୍ରବଳ ବର୍ଷା !

 

ଭୁବନେଶ୍ବର: ପଶ୍ଚିମ-କେନ୍ଦ୍ରୀୟ ଏବଂ ତାହାର ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ବିଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୮ କିମି ବେଗରେ ପଶ୍ଚିମ ଆଡ଼କୁ ଗତି କରି ଆଜି, ୨୨ ସେପ୍ଟେମ୍ବର ୨୦୨୬ ସକାଳ ୦୮୩୦ ମିନିଟ୍ ସମୟରେ ଅକ୍ଷାଂଶ ୧୭.୯° ଉତ୍ତର ଏବଂ ଦ୍ରାଘିମା ୮୬.୦° ପୂର୍ବ ନିକଟରେ କେନ୍ଦ୍ରୀଭୂତ ହୋଇଛି। ଏହା ଗୋପାଳପୁର (ଓଡ଼ିଶା)ର ଦକ୍ଷିଣ-ପୂର୍ବରେ ପ୍ରାୟ ୨୦୦ କିମି, କଳିଙ୍ଗପଟ୍ଟନମ୍ (ଆନ୍ଧ୍ରପ୍ରଦେଶ)ର ପୂର୍ବ-ଦକ୍ଷିଣପୂର୍ବରେ ୨୦୦ କିମି, ପୁରୀ (ଓଡ଼ିଶା)ର ଦକ୍ଷିଣରେ ୨୧୦ କିମି ଏବଂ ବିଶାଖାପାଟଣା (ଆନ୍ଧ୍ରପ୍ରଦେଶ)ର ପୂର୍ବରେ ୨୯୦ କିମି ଦୂରରେ ରହିଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ଆଗାମୀ ୧୨ ଘଣ୍ଟା ମଧ୍ୟରେ ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଗଭୀର ଅବପାତ ରେ ପରିଣତ ହେବାର ବହୁ ସମ୍ଭାବନା ରହିଛି। ରାଜ୍ୟ ଓ ଜିଲ୍ଲା ସ୍ତରରେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ସମସ୍ତ ସମ୍ପୃକ୍ତ ବିଭାଗ ଏବଂ କ୍ଷେତ୍ରୀୟ ଅଧିକାରୀ/କର୍ମଚାରୀମାନଙ୍କୁ ଉଚ୍ଚ ସଜାଗତା ଅବଲମ୍ବନ କରିବାକୁ ଏବଂ ଆବଶ୍ୟକ ସ୍ଥଳେ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ସାଧାରଣ ଜନତାଙ୍କୁ ସତର୍କ ରହିବା, ଜଳମଗ୍ନ, ତଳିଆ ଏବଂ ଅନ୍ୟାନ୍ୟ ସଂବେଦନଶୀଳ ଅଞ୍ଚଳକୁ ନ ଯିବା, ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶାବଳୀ ମାନିବା ଏବଂ ରାଜ୍ୟ ସରକାର ଓ ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ଜାରି କରାଯାଉଥିବା ସରକାରୀ ସୂଚନା/ପରାମର୍ଶ ଅନୁସରଣ କରିବାକୁ ପରାମର୍ଶ ଦିଆଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking