27.1 C
Bhubaneswar
Tuesday, September 22, 2026
Homeଓଡିଶାବଡ ବର୍ଷା: ଆଉ ୨ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା

ବଡ ବର୍ଷା: ଆଉ ୨ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା

ମାଲକାନଗିରି: ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲାରେ ୩ ଦିନ ସ୍କୁଲ , ଅଙ୍ଗନବାଡି ଛୁଟି ଘୋଷଣା । ସବୁ ସରକାରୀ, ସରକାରୀ, ଅନୁଦାନ ପ୍ରାପ୍ତ , ବେସରକାରୀ ସ୍କୁଲ ବନ୍ଦ ରହିବ । ଅତି ପ୍ରବଳ ହେବା ନେଇ ଛୁଟି ଘୋଷଣା କଲେ ଜିଲ୍ଲପାଳ । କିନ୍ତୁ ଶିକ୍ଷକ ଓ କର୍ମଚାରୀ ବିଦ୍ୟାଳୟରେ ଉପସ୍ଥିତ ରହିବେ । ସେହିପରି ନବରଙ୍ଗପୁର ଜିଲ୍ଲାରେ ସବୁ ଶିକ୍ଷାନୁଷ୍ଠାନ ଓ ଅଙ୍ଗନବାଡି କେନ୍ଦ୍ର ଛୁଟି ଘୋଷଣା କରାଯାଇଛି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କାଲି ଓ ୨୪ ତାରିଖ ଛୁଟି ଘୋଷଣା କଲେ ଜିଲ୍ଲାପାଳ । ୨ ଦିନ ପାଇଁ ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ମଧ୍ୟ ବାତିଲ କରାଯାଇଛି । ଇନ୍ଦ୍ରାବତୀ ଜଳଭଣ୍ଡାରରେ ଦେଶୀ ଡଙ୍ଗା ଯାତାୟତ ଉପରେ ରୋକ ଲଗାଯାଇଛି । ସୁଚନା ଥାଉକି ପୂର୍ବରୁ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆଜି ୫ଟି ଜିଲ୍ଲାରେ ସ୍କୁଲ ଛୁଟି । ଖୋର୍ଦ୍ଧା, ଜଗତସିଂହପୁର, ଗଞ୍ଜାମ, ଗଜପତି ଓ କୋରାପୁଟ ଜିଲ୍ଲାରେ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking