27.1 C
Bhubaneswar
Tuesday, September 22, 2026
Homeଓଡିଶାଆରମ୍ଭ ହେଲା ବିଧାନସଭା ମୌସୁମୀ ଅଧିବେଶନ

ଆରମ୍ଭ ହେଲା ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର: ଆରମ୍ଭ ହେଲା ବିଧାନସଭା ମୌସୁମୀ ଅଧିବେଶନ । ଏହା ପୂର୍ବରୁ ଗୃହରେ ବନ୍ଦେମାତରମ ସହ ଜାତୀୟ ସଂଗୀତ ଗାନ କରାଯାଇଥିଲା । ପରେ ଆଜିର ସପ୍ତମ ଅଧିବେଶନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୋକ ପ୍ରସ୍ତାବ ଆଗତ କରିଛନ୍ତି । ଓଡିଶାର ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଡମ୍ବରୁ ମାଝୀ, ସ୍ୱର୍ଗତ ସୁଶାନ୍ତ ସିଂ , ପୂର୍ବତନ ସରକାରୀ ମୁଖ୍ୟ ସଚେତକ ସ୍ୱର୍ଗତ ସତ୍ୟ ଭୂଷଣ ସାହୁ, ପୂର୍ବତନ ସଦସ୍ୟ ସ୍ୱର୍ଗତ ରାମ ମୁକ୍ତି ଗମାଙ୍ଗୋ , ସ୍ୱର୍ଗତ ହାଜି ମୋହମ୍ମଦ ଆୟୁଖାନ, ସ୍ୱର୍ଗତ ଶିବାଜୀ ମାଝୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାର ସଦଗତି କାମନା କରିଛନ୍ତି । ଆହୁରି କହିଛନ୍ତି, ଆମ ପଡୋଶୀ ହିମାଳୟ ପାଦ ଦେଶରେ ଅବସ୍ଥିତ ନେପାଳର ଗତ ୨୬ ତାରିଖରେ ଘଟିଥିବା ଆକସ୍ମିକ ବନ୍ୟା, ଭୁସ୍ଖଳନରେ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ଏବେ ବି କିଛି ଭାରତୀୟ ଏବଂ ଅନ୍ୟାନ୍ୟ ଦେଶର ନାଗରିକ ମଧ୍ୟ ନିଖୋଜ ଅଛନ୍ତି । ସେନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ଗୃହରେ ଉପସ୍ଥାପନା କରି ଦୁଃଖ ପ୍ରକାଶ କରିଛନ୍ତି । ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

ସେହିପରି ବିରୋଧୀ ଦଳ ନେତା ମୁଖ୍ୟମନ୍ତ୍ରୀ ଆଗତ କରିଥିବା ଶୋକ ପ୍ରସ୍ତାବକୁ ସମର୍ଥନ ଜଣାଇ ଉପରୋକ୍ତ ସ୍ୱର୍ଗତମାନଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରି ସେମାନଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଏହା ପରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ମଧ୍ୟ ସମର୍ଥନ କରି ସ୍ୱର୍ଗତମାନଙ୍କ ଆତ୍ମାର ସଦଗତି କାମନା କରିବା ସହ ସେମାନଙ୍କ ପରିବାରକୁ ସମବେଦନା ଜଣାଇବା ସହ ଦୁଃଖ ପ୍ରକାଶ କରିଛନ୍ତି । ସିପିଆଇଏମ ଦଳ ନେତା ମଧ୍ୟ ମୁଖ୍ୟମନ୍ତ୍ରୀ ଆଗତ କରିଥିବା ଶୋକ ପ୍ରସ୍ତାବକୁ ସମର୍ଥ କରି ସ୍ୱର୍ଗତମାନଙ୍କ ଆତ୍ମାର ସଦଗତି କାମନା କରିବା ସହ ସେମାନଙ୍କ ପରିବାରକୁ ସମବେଦନା ଜଣାଇବା ସହ ଦୁଃଖ ପ୍ରକାଶ କରିଛନ୍ତି । ଶେଷରେ ବାଚସ୍ପତି ସୁରମା ପାଢୀ ମଧ୍ୟ ମୁଖ୍ୟନ୍ତ୍ରୀ ମୋହନ ମାଝୀ ଗୃହରେ ଆଗତ କରିଥିବା ଶୋକ ପ୍ରସ୍ତାବକୁ ସମର୍ଥନ କରି ଦୁଃଖ ପ୍ରକାଶ କରିବା ସହ ନେପାଳରେ ହୋଇଥିବା ପ୍ରଳୟଙ୍କାରୀ ବନ୍ୟାରେ ଜୀବନ ଯାଇଥିବା କିଛି ଲୋକଙ୍କ ଆତ୍ମାର ସଦଗତି କାମନା କରି ମୃତକଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଶୋକ ପ୍ରସ୍ତାବ ଶେଷ ପରେ କିଛି ସମୟର ନୀରବ ପ୍ରାର୍ଥନା କରାଯାଇଥିଲା । ସୂଚନା ଥାଉକି, ଏହି ଅଧିବେଶନ ଅକ୍ଟୋବର ୩ ଯାଏଁ ଚାଲିବ । ଏଥିରେ ମୋଟ ୯ଟି କାର୍ଯ୍ୟ ଦିବସ ରହିଛି । ଏହି ଅଧିବେଶନ ୬ଟି ବିଲ ଆସିବାର ସମ୍ଭାବନା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking