28.1 C
Bhubaneswar
Friday, September 18, 2026
Homeଓଡିଶାନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ସ୍ୱାମୀ

ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ସ୍ୱାମୀ

ଢେଙ୍କାନାଳ: ଘରକୁ ଫେରିବାକୁ ପତ୍ନୀଙ୍କୁ ଡାକିଲେ । ହେଲେ ପତ୍ନୀ ଆସିନଥିଲେ । ଯାହାକୁ ନେଇ ରାଗିଗଲେ ସ୍ୱାମୀ । ଆଉ ପତ୍ନୀ ବିରହରେ ଆତ୍ମାହୁତି ଦେବାକୁ ବି ପଛାଇଲେ ନାହିଁ । ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ସ୍ୱାମୀ । ଫଳରେ ନିଆଁରେ ପୋଡ଼ି ହୋଇ ଛଟପଟ ହେଉଥିବା ବେଳେ ଉକ୍ତ ଯୁବକଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

ଢେଙ୍କାନାଳ ମୋଟଙ୍ଗା ଥାନା ଅନ୍ତର୍ଗତ ଗୁଡ଼ିଆ କାଟେଣି ଅଞ୍ଚଳର ଏକ କ୍ରସରରେ ଘଟିଛି ଏପରି ଅଭାବନୀୟ ଘଟଣା । ଆତ୍ମାହୁତି ଦେଉଥିବା ଯୁବକଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ଦେହର ଶତକଡା ୭୦ ପ୍ରତିଶତ ପୋଡି ଯାଇଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି । ଗୁରୁତର ଯୁବକ ଜଣଙ୍କ ଅନୁଗୁଳ ଖମାର ଅଞ୍ଚଳର ୨୨ ବର୍ଷୀୟ ରିଙ୍କୁ ମୁଣ୍ଡା ବୋଲି ଜଣାପଡିଛି ।

ରିଙ୍କୁ ଗତ ୩ବର୍ଷ ହେଲା ପ୍ରେମ ବିବାହ କରିଥିଲେ । ତେବେ ତାଙ୍କ ପତ୍ନୀ ଗୁଡ଼ିଆ କାଟେଣି ଅଞ୍ଚଳରେ ଏକ କ୍ରସରରେ ଶ୍ରମିକ ଭାବେ କାମ କରନ୍ତି । ଉଭୟଙ୍କ ମଧ୍ୟରେ ପାରିବାରିକ କଳହରୁ ତାଙ୍କ ପତ୍ନୀ ଆଉ ଘରକୁ ଯାଉ ନଥିଲେ । ଫଳରେ ଆଜି ରିଙ୍କୁ ଉକ୍ତ କ୍ରସରକୁ ଯାଇ ତାଙ୍କ ପତ୍ନୀଙ୍କୁ ଘରକୁ ଯିବାକୁ ଡାକିଥିଲେ । ମାତ୍ର ସେ ମନା କରିବାରୁ ରିଙ୍କୁ ଏପରି କାଣ୍ଡ ଘଟାଇଥିବା ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking