32.1 C
Bhubaneswar
Thursday, September 17, 2026
Homeଓଡିଶାଗଣେଶ ଭସାଣିରେ ଡିଜେ ବନ୍ଦକୁ ନେଇ ଟାୟାର ଜାଳି ପ୍ରତିବାଦ

ଗଣେଶ ଭସାଣିରେ ଡିଜେ ବନ୍ଦକୁ ନେଇ ଟାୟାର ଜାଳି ପ୍ରତିବାଦ

ଭୁବନେଶ୍ୱର : ଗଣେଶ ଭସାଣି ବେଳେ ଉତ୍ତେଜନା । ଭସାଣି ଶୋଭାଯାତ୍ରାରେ ଖଇରା ପୁଲିସର ଡିଜେ ବନ୍ଦକୁ ନେଇ ଟାୟାର ଜାଳି ପ୍ରତିବାଦ। ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେ ବଜାଇ ପ୍ରୋସସନକୁ  ବିରୋଧ କଲା ଖଇରା ପୁଲିସ । ଏହାର ପ୍ରତିବାଦରେ ଖଇରା ଥାନା ନିକଟରେ ଟାୟାର ଜାଳି ପ୍ରତିବାଦ। ଖଇରା ଥାନା ଆଳଦା ଗାଁରେ ସତ୍ୟସାଇ ଯୂଥ କ୍ଳବ ଦ୍ଵାରା ଠାକୁର ମୂର୍ତ୍ତି ଭଷାଣ ପାଇଁ ଡିଜେ ବଜାଇ ବା ବେଳେ ଘଟଣା ସ୍ଥଳରେ ଖଇରା ପୁଲିସ ଏହାକୁ ବନ୍ଦ କରିଦେବାରୁ ଉତ୍ତେଜନା। ବହୁ ସଂଖ୍ୟକ କର୍ମକର୍ତ୍ତାଙ୍କ ଖଇରା ଥାନା ନିକଟରେ ସୋର – କୁପାରୀ ରାସ୍ତାର ଖଇରା ଥାନା ନିକଟରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ। ଘଟଣା ସ୍ଥଳରେ ଖଇରା ଥାନା ଅଧିକାରୀ ପ୍ରଶାନ୍ତ ଜେନା ପହଞ୍ଚି ବୁଝାସୁଝା କରୁଥିବା ବେଳେ କମିଟିର ସଦସ୍ୟ ମାନେ ଆମର ପରମିଶନ ଅଛି । ଆମେ ଡିଜେ ବଜାଇବୁ ବୋଲି କହି ରାସ୍ତା ଉପରେ ଆନ୍ଦୋଳନ କାରି ମାନେ ବସି ରହିଥିଲେ। ପୁଲିସ ବୁଝାସୁଝା କରିବା ପରେ ଆନ୍ଦୋଳନକାରି ମାନେ ରାସ୍ତାରୁ ଉଠିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking