31.1 C
Bhubaneswar
Sunday, September 13, 2026
Homeଓଡିଶାରାଉରକେଲାରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା: ୩୬ ଅଟକ

ରାଉରକେଲାରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା: ୩୬ ଅଟକ

ରାଉରକେଲା: ରାଉରକେଲା ସହରରେ ଗୋଷ୍ଠୀ ସଂଘର୍ଷକୁ ନେଇ ପୁଲିସର ତଦନ୍ତ ଜୋରଦାର ହୋଇଛି । ଘଟଣାରେ ସେକ୍ଟର-୭ ଥାନା ପୁଲିସ ୩୬ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି । ଗୋଷ୍ଠୀ ସଂଘର୍ଷର ପ୍ରକୃତ କାରଣ ଏବଂ ଏଥିରେ କେଉଁମାନଙ୍କ ସମ୍ପୃକ୍ତି ରହିଛି, ସେନେଇ ଖୋଳତାଡ଼ ଜାରି ରହିଛି ।ଅନ୍ୟପଟେ ଗତକାଲି ସେକ୍ଟର-୬ ଅଞ୍ଚଳର ଜାମଟୋଲି ବସ୍ତିକୁ କୁଣିଆ ଆସିଥିବା ଜଣେ ଯୁବକଙ୍କ ଘରେ କିଛି ଯୁବକ ପଶି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏଥିସହ ଘର ନିକଟରେ ଥିବା କାର୍‌ ଓ ବାଇକ୍‌ ଭଙ୍ଗାରୁଜା କରାଯାଇଥିବା ଜଣାପଡ଼ିଛି । ଘଟଣାରେ ସମ୍ପୃକ୍ତ ଯୁବକମାନଙ୍କୁ ଚିହ୍ନଟ କରି ଧରିବା ପାଇଁ ପୁଲିସ ପକ୍ଷରୁ ତନାଘନା ଚାଲିଛି । ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ତେବେ ଗୋଷ୍ଠୀ ସଂଘର୍ଷର ପ୍ରକୃତ କାରଣ କଣ ଏବଂ ଏଥିରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ । ଘଟଣା ସମ୍ପର୍କରେ ପୁଲିସର ତଦନ୍ତ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking