26.1 C
Bhubaneswar
Saturday, September 12, 2026
Homeଓଡିଶାକେନାଲରେ ବୁଡି ଭାଇ ଭଉଣୀ ମୃତ

କେନାଲରେ ବୁଡି ଭାଇ ଭଉଣୀ ମୃତ

ମୟୁରଭଞ୍ଜ: ଭାଇକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଦିବ୍ୟାଙ୍ଗ ଭଉଣୀର ଜୀବନ । ଏଭଳି ଏକ ଦୁଃଖଦ ଖବର ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ମହ୍ଲାରପଦା ଗ୍ରାମରୁ ଆସିଛି । ଭାଇ ପାଣିରେ ବୁଡିଯାଉଥିବା ଦେଖି ଉଦ୍ଧାର କରିବାକୁ ଯାଇଥିଲା ଦିବ୍ୟାଙ୍ଗ ଭଉଣୀ । ହେଲେ ଉଭୟ ଭାଇ ଭଉଣୀ ଭାସି ଯାଇ ସେମାନଙ୍କ ମୃତ୍ୟୁ ହୋଇଛି । ଆଜି ସକାଳେ ସ୍ଥାନୀୟ ଲୋକେ ଭିନ୍ନ ଭିନ୍ନ ସ୍ଥାନରେ ନଦୀ ଭିତରେ ଦୁଇ ଗୋଟି ମୃତଦେହ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଖୁଣ୍ଟା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତଦେହ ଉଦ୍ଧାର କରିଛି । ମହ୍ଲାରପଦା ଗ୍ରାମର ପରମେଶ୍ୱର ନାୟକ ଏବଂ ତାଙ୍କ ଦିବ୍ୟାଙ୍ଗ ଉଭଣୀ ନନ୍ଦିନୀ ନାୟକ ଘରେ ରୁହନ୍ତି ।ହେଲେ ପରମେଶ୍ୱର ଘର ପାଖରେ ପ୍ରବାହିତ ନାଲୁହା ନଦୀର କେନାଲରେ ଅସାବଧାନତା ବଶତଃ ପଡି ଭାସି ଯାଉଥିଲେ । ଏହା ଦେଖି ଦିବ୍ୟାଙ୍ଗ ଭଉଣୀ ନନ୍ଦିନୀ ତାଙ୍କୁ ଉଦ୍ଧାର କରିବା ପାଇଁ କେନାଲ ଭିତରକୁ ଓହ୍ଲାଇଥିବା ବେଳେ ସେ ନଦୀରୁ ପ୍ରବାହିତ କେନାଲର ପାଣି ସୁଅରେ ଭାସି ଯାଇଥିଲେ । ଯାହାକି ଘର ଠାରୁ ଏକ କିଲୋମିଟର ଦୂର ନାଲୁହା ନଦୀ ପାଣିରେ ଭାସି ଯାଇ କରକଚିଆ ପୋଲ ତଳେ ଅଟକିଥିଲେ । ତେବେ ପାଣିରେ ବୁଡି ଉଭୟ ଭାଇ ଏବଂ ଦିବ୍ୟାଙ୍ଗ ଉଭଣୀର ମୃତ୍ୟୁ ହୋଇଥିବା ବେଳେ ଅଗ୍ନିଶମ ବିଭାଗ ମହ୍ଲାର ପଦା ଗ୍ରାମ କେନାଲରୁ ଭାଇ ଏବଂ କରକଚିଆ ନାଲୁହା ନଦୀ ଭିତରୁ ଭଉଣୀର ମୃତଦେହକୁ ଉଦ୍ଧାର କରିଥିବା ବେଳେ ଖବର ପାଇ ଖୁଣ୍ଟା ପୋଲିସ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking