ବାଲେଶ୍ବର: ବିଚିତ୍ରପୁର ଜଙ୍ଗଲରୁ ୫ ଓରାଂଉଟାନ୍ ମିଳିବା ପରେ ଏସଟିଏଫର ତନାଘନା । ଓଡିଶା ସୀମାନ୍ତ ପଶ୍ଚିମବଙ୍ଗ ଓ ଉଦୟପୁର ବୋର୍ଡରରେ ଛାନଭିନ ଆରମ୍ଭ କରିଛି STF । ବାଲେଶ୍ବର ଭୋଗରାଇରେ ଓରାଙ୍ଗଉଠାନ ଠାବ ପରେ ବିଭିନ୍ନ ଦିଗକୁ ନେଇ ପଚରା ଉଚରା ସହ CCTV ଯାଞ୍ଚ କରିଛି ଏସଟିଏଫ । । ବିଚିତ୍ରପୁର ପରେ ଓଡିଶା ପଶ୍ଚିମବଙ୍ଗ ସୀମାନ୍ତ ଉଦୟପୁର ବଡ଼ରରେ ପହଂଚିଛି STF ଟିମ । ସୀମାରେ ଥିବା ବେଙ୍ଗଲ ପୋଲିସକୁ ପଚରା ଉଚରା କରିବା ସହ CCTV ଫ୍ରୁଟେଜ ଯାଞ୍ଚ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଘଟଣା ସ୍ଥଳରେ STF ତଦନ୍ତ ବେଳେ କାହିଁକି ସ୍ଥାନୀୟ ଲୋକାଲ ଫୋରେଷ୍ଟ ଗାର୍ଡ ନିରାକାର ପଣ୍ଡା କାହିଁକି ଅନୁପସ୍ଥିତ ଥିଲେ ତାକୁ ନେଇ ମଧ୍ୟ ସନ୍ଦେହ ବଡୁଛି । ବିଚିତ୍ରପୁରରୁ ବାଲେଶ୍ୱର, ଜଳେଶ୍ୱର, ଭୋଗରାଇ ଦେଇ ଦୀଘା ପର୍ଯ୍ୟନ୍ତ ସିସିଟିଭିରୁ ଖୋଜା ଚାଲିଛି ଓରାଂଉଟାନଙ୍କ ଟ୍ରାଭେଲ ରୁଟ୍ । ସନ୍ଦେହରେ ଗୋଟିଏ କଳା ଥାର୍ । ତିନି ଅଣ୍ଡିରା, ଦୁଇ ମାଈ ଓରାଂଉଟାନ ଏବେ ନନ୍ଦନକାନନର ସ୍ୱତନ୍ତ୍ର କ୍ୱାରେଣ୍ଟାଇନ୍ ହାଉସରେ ୨୪ ଘଣ୍ଟିଆ ମେଡିକାଲ୍ ଅବଜର୍ଭେସନରେ ଅଛନ୍ତି । ଜଣଙ୍କୁ ଜ୍ୱର…ଅନ୍ୟ ଦୁଇ ଜଣଙ୍କଠାରେ ଥଣ୍ଡାର ଲକ୍ଷଣ ରହିଛି। ସେପଟେ ଇଣ୍ଡୋନେସିଆର ବୋର୍ଣ୍ଣିଓରୁ ସେମାନେ ଆସିଥିବା ସନ୍ଦେହ କରାଯାଉଛି । ତେଣୁ ଏବେ ଫୋକସ୍ରେ ରହିଛି ସେମାନଙ୍କ ଡିଏନ୍ଏ ଟେଷ୍ଟ । ଓରାଂଓଟାନଙ୍କ ନମୁନା ସଂଗ୍ରହ ହେବ, ପରୀକ୍ଷା ହେବ। ରିପୋର୍ଟ ହିଁ ଖୋଲିବ ରହସ୍ୟ। ସେମାନଙ୍କ ପ୍ରଜାତି, ଉତ୍ସ ଆଉ ଭୋଗରାଇ ବିଚିତ୍ରପୁର ପହଞ୍ଚିବାର ରୁଟ୍ କଣ ଜଣାପଡ଼ିବ ।










