ବରଗଡ: ସ୍କ୍ରବଟାଇଫସରେ ଆକ୍ରାନ୍ତ ହୋଇ ବୃଦ୍ଧଙ୍କ ମୃତ୍ୟୁ ଅଭିଯୋଗ । ବରଗଡ ଅମ୍ବାପାଲିର ୬୮ ବର୍ଷୀୟ ଭାଗିରାଥୀ ଭୋଇ ସ୍କ୍ରବଟାଇଫସରେ ଆକ୍ରାନ୍ତ ହୋଇଥିଲେ । ଖବର ଅନୁଯାୟୀ, ଗତ କିଛି ଦିନ ହେଲା ଭାଗିରଥୀଙ୍କ ମୁଣ୍ଡ ବିନ୍ଧା, ଜ୍ୱର ଓ ଆଖି ହେଉଥିଲା । ଏହାପରେ ତାଙ୍କୁ ପରିବାର ଲୋକେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏହାପରେ ତାଙ୍କ ରକ୍ତନମୁନା ପରୀକ୍ଷା ପରେ ସେ ସ୍କ୍ରବ ଟାଇଫସରେ ଆକ୍ରାନ୍ତ ଥିବା ଜଣାପଡିଥିଲା । ହେଲେ ବିଳମ୍ବରେ ଚିକିତ୍ସା ପାଇଁ ଆସିଥିବାରୁ ତାଙ୍କ ବିଭିନ୍ନ ଅଙ୍ଗ ଆକ୍ରାନ୍ତ ହୋଇଥିବା ଡାକ୍ତର କହିଥିବା ତାଙ୍କ ପୁଅ ସୂଚନା ଦେଇଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଛନ୍ତି ଆକ୍ରାନ୍ତ । ଗତ କିଛି ଦିନ ହେଲା ଟେନସନ ଦେଇଛି ସ୍କ୍ରବ ଟାଇଫସ ।










