28.1 C
Bhubaneswar
Thursday, September 10, 2026
Homeଓଡିଶାବିଲ ଭିତରକୁ ପଶିଲା ସିମେଣ୍ଟ ବୋଝେଇ ଟ୍ରକ୍

ବିଲ ଭିତରକୁ ପଶିଲା ସିମେଣ୍ଟ ବୋଝେଇ ଟ୍ରକ୍

ଖୋର୍ଦ୍ଧା: ଖୋର୍ଦ୍ଧାରୁ ଆସିଛି ସଡକ ଦୁର୍ଘଟଣାର ଖବର । ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍ ବିଲ ଭିତରକୁ ପଶିଗଲା ସିମେଣ୍ଟ ବୋଝେଇ ଟ୍ରକ । ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ଆହତ ହୋଇଥିବା ଜଣାପଡିଛି । ଘଟଣା ଘଟିଛି ଖୋର୍ଦ୍ଧା- ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବାଘମାରୀ- ବେଗୁନିଆ ମଧ୍ୟରେ । ଏକ ଇଟା ଫ୍ୟାକ୍ଟ୍ରି ନିକଟରେ ନୟାଗଡ ଅଭିମୁଖେ ଯାଉଥିବା ସିମେଣ୍ଟ ବୋଝେଇ ଟ୍ରକଟି ହଠାତ ଭାରସାମ୍ୟ ହରାଇଥିଲା । ଫଳରେ ଟ୍ରକଟି ରାସ୍ତା ପାଶ୍ୱର୍ରେ ଥିବା ବିଲ ଭିତରକୁ ପଶି ଯାଇଥିଲା । ଦୁର୍ଘଟଣାରେ ଡ୍ରାଇଭର ଆହତ ହୋଇଛନ୍ତି । ଘଟଣା ସମ୍ପର୍କରେ ଖବର ପାଇ ବାଘମାରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ଟ୍ରକଟି କେଉଁ ପରିସ୍ଥିତିରେ ଭାରସାମ୍ୟ ହରାଇଲା, ସେନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking