28.1 C
Bhubaneswar
Monday, September 7, 2026
Homeଓଡିଶାଏମଏମଡିଆର ସଂଶୋଧନ ଆକ୍ଟ ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ଏମଏମଡିଆର ସଂଶୋଧନ ଆକ୍ଟ ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ସେପ୍ଟେମ୍ୱର ୯ ତାରିଖରେ ଲୋକଭବନ ସମ୍ମୁଖରେ ଗଣଧାରଣା ଦେବ ବିଜେଡି
ଏମଏମଡିଆର ସଂଶୋଧନ ଆକ୍ଟ ପ୍ରତ୍ୟାହାର ଦାବିରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର ଦିଆଯିବ
ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି
ଆଗାମୀ ଦିନରେ ରାଜ୍ୟବ୍ୟାପୀ ବିଭିନ୍ନ ଆନେ୍ଦାଳନାତ୍ମକ କାର୍ଯ୍ୟକ୍ରମ ହାତକୁ ନେବ ବିଜେଡି

ଭୁବନେଶ୍ୱର : ଏମଏମଡିଆର ସଂଶୋଧନ ଆକ୍ଟକୁ ଓଡ଼ିଶାର ସ୍ୱାର୍ଥ ବିରୋଧୀ ବୋଲି ଅଭିହିତ କରି ଏହାକୁ ବିରୋଧ କରିଆସୁଥିବା ବିଜୁ ଜନତା ଦଳ ଆନେ୍ଦାଳନାତ୍ମକ ରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି । ଆସନ୍ତା ୯ ତାରିଖରେ ବିଜେଡି ତରଫରୁ ଲୋକଭବନ ଆଗରେ ଗଣଧାରଣା ଦିଆଯିବା ସହିତ ଦେଶର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ୟେଶରେ ଏମଏମଡିଆର ସଂଶୋଧନ ଆକ୍ଟର ପ୍ରତ୍ୟାହାର ଦାବିରେ ଏକ ସ୍ମାରକପତ୍ର ମାନ୍ୟବର ରାଜ୍ୟପାଳଙ୍କୁ ପ୍ରଦାନ କରାଯିବ । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଦଳର ଉପସଭାପତି ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ଦଳର ଉପସଭାପତି ଶ୍ରୀ ସଞ୍ଜୟ ଦାସବର୍ମା, ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ଅଶୋକ ପଣ୍ଡା ଦଳର ଆନେ୍ଦାଳନାତ୍ମକ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ ।

ସେମାନେ କହିଥିଲେ, ବିଜୁ ଜନତା ଦଳ ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ନିଷ୍ପତ୍ତି ନିଆଯାଇଛି ଯେ, ଏମଏମଡିଆର ସଂଶୋଧନ ଆକ୍ଟକୁ ପ୍ରତ୍ୟାହାର ଦାବି ନେଇ ଦଳ ତରଫରୁ ଲୋକଭବନ ସମ୍ମୁଖରେ ଏକ ଗଣଧାରଣା ଦିଆଯିବା ସହିତ ଦଳର ଏକ ପ୍ରତିନିଧି ମଣ୍ଡଳୀ ମାନ୍ୟବର ରାଜ୍ୟପାଳଙ୍କୁ ୯ ସେପ୍ଟେମ୍ୱରରେ ଭେଟି ମହାମହିମ ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିବ । ଏମଏମଡିଆର ସଂଶୋଧନ ଆକ୍ଟ ଓଡ଼ିଶାର ସ୍ୱାର୍ଥ ବିରୋଧୀ ଓ ଏହି ଆକ୍ଟ ଯୋଗୁଁ ଓଡ଼ିଶାର ପ୍ରାପ୍ୟ ବକେୟା ବାବଦକୁ ୧ ଲକ୍ଷ କୋଟି ଟଙ୍କା ଓ ବାର୍ଷିକ ରାଜସ୍ୱ ବାବଦକୁ ପ୍ରାୟ ୧୨ ହଜାର କୋଟି ଟଙ୍କା ହରାଇବ । ଏକତରଫା ଭାବେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ଏହି ନିଷ୍ପତ୍ତି ଦେଶର ସଂଘୀୟ ବ୍ୟବସ୍ଥା ଉପରେ ଆକ୍ରମଣ । ଏହି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ପାଇଁ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବା ପାଇଁ ମାନ୍ୟବର ରାଜ୍ୟପାଳଙ୍କୁ ଅନୁରୋଧ କରାଯିବ । ସମ୍ୱିଧାନର ଧାରା ୧୭୪ ଅନୁଯାୟୀ ମାନ୍ୟବର ରାଜ୍ୟପାଳ ସ୍ୱତନ୍ତ୍ର ଅଧିବେଶନ ଡାକି ପାରିବେ । ଏହାଛଡା, ସମ୍ୱିଧାନର ଧାରା ୨୪୪(୧)ର ସିଡୁ୍ୟଲ ୫ ଅନୁଯାୟୀ ରାଜ୍ୟର ଜନଜାତି ମାନଙ୍କର ସ୍ୱାର୍ଥକୁ ରକ୍ଷା କରିବା ପାଇଁ ମାନ୍ୟବର ରାଜ୍ୟପାଳଙ୍କ ଦାୟିତ୍ୱ ରହିଛି । ଖଣି ଅଞ୍ଚଳରେ ବାସ କରୁଥିବା ଜନଜାତି ମାନଙ୍କ ସ୍ୱାର୍ଥରକ୍ଷା ପାଇଁ ମାନ୍ୟବର ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ାଯିବ । ଏହାଛଡା, ଆଗାମୀ ଦିନରେ ଏହି ଏମଏମଡିଆର ସଂଶୋଧନ ଆକ୍ଟର ପ୍ରତ୍ୟାହାର ଦାବି ନେଇ ବିଜୁ ଜନତା ଦଳ ରାଜ୍ୟବ୍ୟାପୀ ବିଭିନ୍ନ ଆନେ୍ଦାଳନାତ୍ମକ କାର୍ଯ୍ୟକ୍ରମ ହାତକୁ ନେବ ବୋଲି ବିଜେଡିର ଏହି ନେତାମାନେ କହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking