29.1 C
Bhubaneswar
Monday, September 7, 2026
Homeଓଡିଶାରାଜ୍ୟ ଅନୁସୂଚିତ ଜାତି କଂଗ୍ରେସର ଅହୋରାତ୍ର ଧାରଣା ସ୍ଥଗିତ

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସର ଅହୋରାତ୍ର ଧାରଣା ସ୍ଥଗିତ

ଭୁବନେଶ୍ୱର: ଗତ ଅଗଷ୍ଟ ୮ ତାରିଖ ଉତ୍ତରାଖଣ୍ଡ ରାଜ୍ୟ ହଲ୍‌ଦ୍ୱାନି ସହରର ରାମଲୀଳା ମୈଦାନରେ କଂଗ୍ରେସ ସଭାପତି ଶ୍ରୀ ମଲ୍ଲିକାର୍ଜ୍ଜୁନ ଖଡ୍‌ଗେ ଦଳୀୟ କର୍ମୀମାନଙ୍କୁ ସମ୍ବୋଧନ କରି ସାରିଲା ପରେ ବିଜେପି-ଆର୍‌ଏସଏସ କର୍ମକର୍ତ୍ତା ମାନେ ଶ୍ରୀଯୁକ୍ତ ଖଡ଼ଗେ ଭାଷଣ ଦେଉଥିବା ସ୍ଥାନକୁ ଗଙ୍ଗାଜଳ ସିଞ୍ଚନ କରି ବେଦ ମନ୍ତ୍ର ଉଚ୍ଚାରଣ କରି “ଶୁଦ୍ଧିକରଣ” କରି ଥିବା ଘଟଣାକୁ ନିନ୍ଦାକରି ଓ ଉକ୍ତ ଶୁଦ୍ଧିକରଣ ଘଟଣାକୁ ବିରୋଧ କରି ବିରୋଧି ଦଳ ନେତା ଶ୍ରୀ ରାହୁଲ ଗାନ୍ଧୀ ଅସନ୍ତୋଷ ପ୍ରକାଶ କରିବାରୁ ତାଙ୍କ ନାମରେ ମିଥ୍ୟା ଏତଲା ରୁଜୁ କରାଯାଇଥିବା ଘଟଣା ବିରୋଧରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କ ପରାମର୍ଶ କ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ତରଫରୁ ରାଜ୍ୟ ଅଧ୍ୟକ୍ଷ ଆଇନଜୀବି ମାନସ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଗତ ୩ ତାରିଖରୁ ଆରମ୍ଭ କରାଯାଇଥିବା ଅହୋରାତ୍ର ଧାରଣା ଆଜି ଅପରାହ୍ନ ୨ ଘଟିକା ସମୟରେ ଶେଷ କରାଯାଇଅଛି ।

ଆଜି ଏକବିଂଶ ଶତାବ୍ଦୀରେ ଦକ୍ଷିଣପନ୍ଥୀ ବିଜେପି ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର କର୍ମକର୍ତ୍ତାମାନଙ୍କ ଦ୍ୱାରା କରାଯାଇଥିବା ଶୁଦ୍ଧିକରଣ ପ୍ରକ୍ରିୟା ସେମାନଙ୍କର ମଧ୍ୟଯୁଗୀୟ ଚିନ୍ତାଧାରା ଓ ସମ୍ବିଧାନ ବିରୋଧି ମାନସିକତାର ପ୍ରତିଫଳନ ବୋଲି ଆଜି ଶ୍ରୀଯୁକ୍ତ ଦାସ ନିଜ ବକ୍ତବ୍ୟରେ କହିଥିଲେ । ଆଜି ଭାରତବର୍ଷକୁ ଶୁଦ୍ଧିକରଣ ନୁହେଁ ଶ୍ରଦ୍ଧାକରଣର ଆବଶ୍ୟକତା ଅଛି ଓ ଏହି ଶୁଦ୍ଧିକରଣ ବିରୁଦ୍ଧରେ ଜନଜାଗରଣ କରିବାପାଇଁ ରାଜ୍ୟ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ଓଡ଼ିଶାର ପ୍ରତ୍ୟେକ ଦ୍ୱାରକୁ ଯିବ ବୋଲି ବିଭାଗର ଅଧ୍ୟକ୍ଷ ଆଇନଜୀବି ମଲ୍ଲିକ ନିଜ ଅଭିଭାଷଣରେ କହିଥିଲେ । ଅହୋରାତ୍ର ଧାରଣାର ଅନ୍ତିମ ଦିନର ଅଭିଭାଷଣରେ ପୂର୍ବତନ ସାଂସଦ ଶ୍ରୀଯୁକ୍ତ ନକୁଳ ନାୟକ ଯୋଗଦେଇ କହିଥିଲେ ଯେ ଶୁଦ୍ଧିକରଣ ଏକ ଅସମ୍ବିଧାନିକ ଶବ୍ଦ ଓ ଭାଜପା କର୍ମକର୍ତ୍ତାମାନେ ଶୁଦ୍ଧିକରଣ କରି ସେମାନଙ୍କର ମଧ୍ୟଯୁଗୀୟ ଚିନ୍ତାଧାରାର ପ୍ରମାଣ ଦେଇଅଛନ୍ତି । ପୂର୍ବତନ ବିଧାୟକ ଡ. ଦେବାଶିଷ ପଟ୍ଟନାୟକ ଯୋଗଦେଇ କହିଥିଲେ ଯେ, କଂଗ୍ରେସ ରାଷ୍ଟ୍ରୀୟ ସଭାପତି ଶ୍ରୀ ମଲ୍ଲିକାର୍ଜ୍ଜୁନ ଖଡ଼ଗେ ଯିଏ ତାଙ୍କ ଜୀବନରେ କେବେ ଭୋଟ ରାଜନୀତିରେ କେବେ ପରାଜୟ ସ୍ୱୀକାର କରିନାହାନ୍ତି । ସେ ଯଦି ଆଜି ଜାତି ବିଦ୍ୱେଷର ଶିକାର ହେଉଛନ୍ତି ତେବେ ଭାଜପା ସରକାର ସମୟରେ ଦେଶରେ ବସବାସ କରୁଥିବା ଦଳିତ-ଆଦିବାସୀ-ପଛୁଆ-ସଂଖ୍ୟାଲଘୁ ଜନସାଧାରଣଙ୍କ ଅବସ୍ଥା ଆଜି ସ୍ପଷ୍ଟ ଅନୁମେୟ । ପିସିସି ଉପସଭାପତି ପୂର୍ବତନ ବିଧାୟକ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ଶଗରିଆ କହିଥିଲେ ଯେ ଆଗାମୀ ଦିନରେ ଭାଜପାର ଡବଲ ଇଞ୍ଜିନ ସରକାର ବିରୋଧରେ କଂଗ୍ରେସ ଦଳ ନିର୍ଣ୍ଣାୟକ ଲଢ଼େଇ ଲଢ଼ିବାପାଇଁ ମାନସିକ ଭାବେ ପ୍ରସ୍ତୁତ ହୋଇସାରିଛି ଓ ଆଗାମୀ ଦିନରେ ଓଡ଼ିଶାର ପୁରପଲ୍ଳୀରେ ଏହାର ପ୍ରଭାବ ଦେଖିବାକୁ ମିଳିବ ।

ଏହି ସମାବେଶରେ ଅନୁସୂଚିତ ଜାତି ବିଭାଗର ପୂର୍ବତନ ଅଧ୍ୟକ୍ଷ ତଥା ପିସିସି ସାଧାରଣ ସଂପାଦକ ବାଙ୍କନିଧି ବେହେରା, ସାଧାରଣ ସଂପାଦକ ପ୍ରକାଶ ମିଶ୍ର, ସାଧାରଣ ସଂପାଦକ ହଳଧର ସେଠୀ, ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକ, ସମ୍ପାଦିକା ଶ୍ରୀମତୀ ଅନିମା ମିଞ୍ଜ, ଶ୍ରୀ ଅନାମ ଦିଆନ, ଅଖିଳ ଭତ୍ରା, ଆଦିବାସୀ ରାଜ୍ୟ କଂଗ୍ରେସର ସଂପାଦକ ମୋଟରାଜ ଡୁଙ୍ଗଡୁଙ୍ଗ, ଭୁବନେଶ୍ୱର ଜିଲ୍ଲା ସେବାଦଳ ମୁଖ୍ୟ ଖଗେଶ୍ୱର ମଲ୍ଲିକ, ବିଭାଗର ରାଜ୍ୟ ଉପସଭାପତି ଶ୍ରୀ ରଞ୍ଜନ ସେଠୀ, ଆଡଭୋକେଟ ସଂଜୟ ମଲ୍ଲିକ, ଯଜାତି କେଶରୀ ପଟ୍ଟନାୟକ, ସାଧାରଣ ସମ୍ପାଦକ ଶ୍ରୀ ସୁରେନ୍ଦ୍ର ଦାସ, ଶ୍ରୀ ସତ୍ୟନାରାୟଣ ସେନାପତି, ସଂପାଦକ ଶ୍ରୀ ପ୍ରମୋଦ ମଲ୍ଲିକ, ଶ୍ରୀ ପ୍ରକାଶ ଜେନା, ଶ୍ରୀ ଜଗନ୍ନାଥ ସେଠୀ, ସାମାଜିକ ଗଣମାଧ୍ୟମ ସଂଯୋଜକ ଇମ୍ରାନ ଅଲ୍ଲି ଖାନ, ବିଭାଗର ଅନୁଗୋଳ ଜିଲ୍ଲା ସଭାପତି ଆଡଭୋକେଟ ରାଜକିଶୋର ନାୟକ, ବାଲେଶ୍ୱର ଜିଲ୍ଲା ସଭାପତି ଶ୍ରୀ ବିଧାନ ଜେନା, ଖୋର୍ଦ୍ଧା ଜିଲ୍ଲା ସଭାପତି ଶ୍ରୀ ଜୟନ୍ତ ଭୋଇ, ସମ୍ବଲପୁର ଜିଲ୍ଲା ସଭାପତି ଆଡଭୋକେଟ ପ୍ରମୋଦ ଛୁରିଆ, ବରଗଡ଼ ଜିଲ୍ଲା ସଭାପତି ଅଭିଷେକ ସେଠ, ଯାଜପୁର ଜିଲ୍ଲା ସଭାପତି ଶ୍ରୀ ବଦ୍ୟାଧର ଜେନା, ଶ୍ରୀ ସଚିଦାନନ୍ଦ ନାୟକ, ଶ୍ରୀ ବିଜୟନନ୍ଦ ମଲ୍ଲିକ, ଶ୍ରୀ ଶିବ ପ୍ରସାଦ ଦାସ ପ୍ରମୁଖ ଯୋଗଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking