33.1 C
Bhubaneswar
Monday, September 7, 2026
Homeଦେଶ ବିଦେଶବିବାହ ପାର୍ଟିରେ ଅଗ୍ନିକାଣ୍ଡ: ୨୨ ଜୀବନ୍ତ ଦଗ୍ଧ

ବିବାହ ପାର୍ଟିରେ ଅଗ୍ନିକାଣ୍ଡ: ୨୨ ଜୀବନ୍ତ ଦଗ୍ଧ

ଆଫ୍ରିକୀୟ ଦେଶ ଡିଆର କଙ୍ଗୋର କିନସାସାଠାରେ ଆୟୋଜିତ ଏକ ଭବ୍ୟ ବାହାଘର ପାର୍ଟିରେ ଅଗ୍ନିକାଣ୍ଡ ଘଟି ୨୨ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଶତାଧିକ ଆହତ ହୋଇଥିବା ଖବର ମିଳିଛି । ଆହତମାନଙ୍କୁ ନିକଟବର୍ତୀ ହସ୍ପିଟାଲରେ ଭର୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଗୁରୁତର ଅଛନ୍ତି । ମିଳିଥିବା ତଥ୍ୟ ଅନୁଯାୟୀ କିନ୍‌ସାସା ସ୍ଥିତ ଲିଙ୍ଗୱାଲା କମ୍ୟୁନ ହଲ୍‌ରେ ଶନିବାର ଏକ ବିବାହ ପାର୍ଟି ଆୟୋଜିତ ହୋଇଥିଲା । ହଲ୍‌ରେ ଗୋଟିଏ ମାତ୍ର ପ୍ରବେଶ ଦ୍ୱାର ଥିବାରୁ ଲୋକେ ପଦାକୁ ବାହାରିବା ସମ୍ଭବପର ହୋଇ ନ ଥିଲା । ଫଳରେ ଦଳା ଚକଟା ଆରମ୍ଭ ହୋଇଯାଇଥିଲା । ସର୍ଟସର୍କିଟ କାରଣରୁ ନିଆଁ ଲାଗିଥଇବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି । କିନ୍‌ସାସା ମେୟର ନୋର୍ବଟ ମୁସିଙ୍ଗା ଘଟଣାସ୍ଥଳ ପରିଦର୍ଶନ କରିବା ସହ ଅହତମାନଙ୍କ ଚିକିତ୍ସା କଥା ବୁଝୁଛନ୍ତି । କଙ୍ଗୋରେ ଏପରି ଭୟଙ୍କର ଅଗ୍ନିକାଣ୍ଡ ନିତିଦିନିଆ ଘଟଣାରେ ପରିଣତ ହେଲାଣି । ପର୍ଯ୍ୟପ୍ତ ଅଗ୍ନି ନିର୍ବାପକ ବ୍ୟବସ୍ଥା ନ ଥିବାରୁ ବାରମ୍ବାର ଏଭଳି ଘଟଣା ଘଟୁଥିବା ଅଭିଯୋଗ ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking