ଡିସେମ୍ବର ୧ରୁ ୩ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ‘ଜେଲ୍ ଭରୋ ଆନ୍ଦୋଳନ
ନୂଆଦିଲ୍ଲୀ: ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ)ର ଜାତୀୟ କାର୍ଯ୍ୟନିର୍ବାହୀ ଓ ଜାତୀୟ ପରିଷଦର ୨ ଓ ୩ ସେପ୍ଟେମ୍ବରରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବୈଠକରେ ଦେଶର ବର୍ତ୍ତମାନର ଜାତୀୟ ଓ ଅନ୍ତର୍ଜାତୀୟ ପରିସ୍ଥିତି, ପାର୍ଟିର ଚାଲିଥିବା ରାଜନୈତିକ ଅଭିଯାନ ଏବଂ ୧ ସେପ୍ଟେମ୍ବରରେ ଦିଲ୍ଲୀ ରାମଲୀଳା ମୈଦାନରେ ଅନୁଷ୍ଠିତ ‘ବଦଳାଵ ଜରୁରୀ ହୈ’ ରାଲିର ସଫଳତା ଉପରେ ବିସ୍ତୃତ ଆଲୋଚନା ହୋଇଛି। ବୈଠକରେ ସିପିଆଇ ସାଧାରଣ ସମ୍ପାଦକ ଡି. ରାଜା ଜାତୀୟ ଓ ଅନ୍ତର୍ଜାତୀୟ ବିକାଶ ସମ୍ପର୍କରେ ରିପୋର୍ଟ ଉପସ୍ଥାପନ କରିବା ସହ ପାର୍ଟିର ଚାଲୁଥିବା ରାଜନୈତିକ ଅଭିଯାନ ଓ ହସ୍ତକ୍ଷେପ ସମ୍ପର୍କରେ ଜାତୀୟ ପରିଷଦକୁ ଅବଗତ କରାଇଥିଲେ। ବୈଠକରେ ସିପିଆଇ ସଂପାଦକମଣ୍ଡଳୀ ସଦସ୍ୟ ଡଃ ଗିରିଶ ଶର୍ମା ଅଧ୍ୟକ୍ଷତା କରିଥିଲେ। ମୋଦୀ ସରକାର ବିରୋଧରେ ବଢ଼ୁଛି ଜନଅସନ୍ତୋଷଜାତୀୟ ପରିଷଦ ମତ ଦେଇଛି ଯେ RSS ନିୟନ୍ତ୍ରିତ ମୋଦୀ ସରକାର ଅର୍ଥନୀତି, ଜାତୀୟ ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟସେବା, ନିଯୁକ୍ତି ସୃଷ୍ଟି, ସାମାଜିକ ସୁରକ୍ଷା ଓ ମୂଲ୍ୟ ନିୟନ୍ତ୍ରଣ ଭଳି ପ୍ରମୁଖ କ୍ଷେତ୍ରରେ ବିଫଳ ହୋଇଛି।ବିଶେଷକରି ଯୁବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଢ଼ୁଥିବା ଅସନ୍ତୋଷ ଓ ନିରାଶା ଏବେ ସ୍ପଷ୍ଟ ହେଉଛି। ସମ୍ପ୍ରତି ଦେଶବ୍ୟାପୀ ଛାତ୍ର ଆନ୍ଦୋଳନ ଏହି ଅସନ୍ତୋଷର ପ୍ରତିଫଳନ ବୋଲି ଜାତୀୟ ପରିଷଦ ଉଲ୍ଲେଖ କରିଛି। ସିପିଆଇର ପଦଯାତ୍ରା ଓ ଜନସମ୍ପର୍କ ଅଭିଯାନ ସମାଜର ବିଭିନ୍ନ ବର୍ଗକୁ ଏକତ୍ର କରିବାରେ ସଫଳ ହୋଇଛି। ଭିନ୍ନ ଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ ମଧ୍ୟ ମୋଦୀ ସରକାରଙ୍କ ନୀତି ଯୋଗୁଁ ନିରାଶ ହୋଇଥିବା ଲୋକଙ୍କ ମଧ୍ୟରେ ଏକ ସାଧାରଣ ଅସନ୍ତୋଷ ସୃଷ୍ଟି ହୋଇଛି ବୋଲି ପାର୍ଟି କହିଛି। ବଦଳାଵ ଜରୁରୀ ହୈ’ ହେଲା ଜନଅସନ୍ତୋଷର ରାଜନୈତିକ ପ୍ରକାଶ ଜାତୀୟ ପରିଷଦ କହିଛି ଯେ ‘ବଦଳାଵ ଜରୁରୀ ହୈ’ ସ୍ଲୋଗାନ ବର୍ତ୍ତମାନର ସାମୂହିକ ଅସନ୍ତୋଷ ଓ ଅର୍ଥପୂର୍ଣ୍ଣ, ସକାରାତ୍ମକ ପରିବର୍ତ୍ତନ ପାଇଁ ଲୋକଙ୍କ ଆକାଂକ୍ଷାର ଏକ ପ୍ରଭାବଶାଳୀ ରାଜନୈତିକ ପ୍ରକାଶ ଭାବେ ଉଭା ହୋଇଛି‘ପରିଵର୍ତ୍ତନ ଜରୁରୀ ଅଟେ’ ହେଲା ଜନଅସନ୍ତୋଷର ରାଜନୈତିକ ପ୍ରକାଶ । ଜାତୀୟ ପରିଷଦ କହିଛି ଯେ ‘ପରିଵର୍ତ୍ତନ ଜରୁରୀ ଅଟେ’ ସ୍ଲୋଗାନ ବର୍ତ୍ତମାନର ସାମୂହିକ ଅସନ୍ତୋଷ ଓ ଅର୍ଥପୂର୍ଣ୍ଣ, ସକାରାତ୍ମକ ପରିବର୍ତ୍ତନ ପାଇଁ ଲୋକଙ୍କ ଆକାଂକ୍ଷାର ଏକ ପ୍ରଭାବଶାଳୀ ରାଜନୈତିକ ପ୍ରକାଶ ଭାବେ ଉଭା ହୋଇଛି ।୬ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ଦେଶର ବିଭିନ୍ନ ଅଞ୍ଚଳରେ ହୋଇଥିବା ପଦଯାତ୍ରା ମାଧ୍ୟମରେ ଲୋକଙ୍କ
2
ପ୍ରମୁଖ ସମସ୍ୟାଗୁଡ଼ିକ ଉଠାଯିବା ସହ ପରିବର୍ତ୍ତନର ଦାବିରେ ଜନସାଧାରଣଙ୍କୁ ସଂଗଠିତ କରାଯାଇଥିଲା ।ଏହି ଅଭିଯାନର ଶେଷ ପର୍ଯ୍ୟାୟରେ ୧ ସେପ୍ଟେମ୍ବରରେ ରାମଲୀଳା ମୈଦାନରେ ବିଶାଳ ‘ବଦଳାଵ ଜରୁରୀ ହୈ’ ରାଲି ଅନୁଷ୍ଠିତ ହୋଇଥିଲା। ଏଥିରେ ୧ ଲକ୍ଷରୁ ଅଧିକ ଲୋକ ଯୋଗଦେଇଥିଲେ। ଜାତୀୟ ପରିଷଦ ରାଲିରେ ଯୋଗଦେବାକୁ ଆସୁଥିବା ଲୋକଙ୍କ ସମାବେଶକୁ ବାଧା ଦେବା ପାଇଁ BJP ପକ୍ଷରୁ କରାଯାଇଥିବା ପ୍ରୟାସକୁ ଦୃଢ଼ ଭାବେ ନିନ୍ଦା କରିଛି।କେରଳ ଓ ତାମିଲନାଡୁରୁ ପୂର୍ବରୁ ବୁକ୍ ହୋଇଥିବା ଟ୍ରେନ୍ ବାତିଲ କରାଯାଇଥିବା ଏବଂ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ସିପିଆଇର କର୍ମୀ ଓ କମ୍ରେଡମାନଙ୍କୁ ଗୃହବନ୍ଦୀ କରାଯାଇଥିବା ଅଭିଯୋଗ କରିଛି ପାର୍ଟି।ଜାତୀୟ ପରିଷଦ କହିଛି ଯେ ଏଭଳି ଅଗଣତାନ୍ତ୍ରିକ ପଦକ୍ଷେପ ଲୋକଙ୍କ ବଢ଼ୁଥିବା ରାଜନୈତିକ ସ୍ୱରକୁ ନେଇ BJPର ଆଶଙ୍କାକୁ ପ୍ରକାଶ କରୁଛି।
ଦଶନ୍ଧି ପରେ ଦିଲ୍ଲୀରେ ବାମପନ୍ଥୀ ଦଳର ବଡ଼ ସମାବେଶ ସିପିଆଇ ଅନୁସାରେ, ରାମଲୀଳା ମୈଦାନର ସମାବେଶ ଦୀର୍ଘ କିଛି ଦଶନ୍ଧି ପରେ ଜାତୀୟ ରାଜଧାନୀରେ କୌଣସି ବାମପନ୍ଥୀ ଦଳର ସବୁଠାରୁ ବଡ଼ ସମାବେଶ ଥିଲା। ଜାତୀୟ ପରିଷଦ କହିଛି ଯେ ଏହି ସମାବେଶ ପ୍ରଚଳିତ ସରକାର ବିରୋଧରେ ଜନଅସନ୍ତୋଷର ଏକ ଶକ୍ତିଶାଳୀ ପ୍ରକାଶ। ପାର୍ଟିର ରାଜନୈତିକ କାର୍ଯ୍ୟକ୍ରମ ଏବେ ମଧ୍ୟ ଲୋକଙ୍କ ମଧ୍ୟରେ ପ୍ରାସଙ୍ଗିକ ରହିଛି ବୋଲି ଏହି ସମାବେଶ ପ୍ରମାଣ କରିଛି ବୋଲି ପରିଷଦ କହିଛି।ଏହି ସଫଳତା ପାଇଁ ପାର୍ଟିର ସମସ୍ତ ୟୁନିଟ୍, ନେତା, କ୍ୟାଡର ଓ ସମର୍ଥକଙ୍କୁ ଜାତୀୟ ପରିଷଦ ଅଭିନନ୍ଦନ ଜଣାଇଛି। ସୋସିଆଲ ମିଡିଆ ଅଭିଯାନ ମଧ୍ୟ ଏହି ବାର୍ତ୍ତାକୁ ବ୍ୟାପକ ଲୋକଙ୍କ ନିକଟରେ ପହଞ୍ଚାଇବାରେ ସହାୟକ ହୋଇଥିବା ପାର୍ଟି କହିଛି। ‘ ପରିଵର୍ତ୍ତନ ଜରୁରୀ ଅଟେ’ ସ୍ଲୋଗାନର ନିରନ୍ତର ପ୍ରାସଙ୍ଗିକତାକୁ ଦୃଷ୍ଟିରେ ରଖି ସିପିଆଇ ର ଜାତୀୟ ନେତୃତ୍ୱ ଦେଶବ୍ୟାପୀ ଅଭିଯାନକୁ ଆହୁରି ତୀବ୍ର କରିବାକୁ ନିମ୍ନଲିଖିତ କାର୍ଯ୍ୟକ୍ରମ ଘୋଷଣା କରିଛି।୨ ଅକ୍ଟୋବର — ସାମ୍ପ୍ରଦାୟିକ ସଦ୍ଭାବ ଦିବସ, ଗାନ୍ଧୀ ଜୟନ୍ତୀ ଅବସରରେ ୨ ଅକ୍ଟୋବରକୁ ସମଗ୍ର ଦେଶରେ ସାମ୍ପ୍ରଦାୟିକଚ୍ଚ ସଦ୍ଭାବ ଦିବସ ଭାବେ ପାଳନ କରିବ ସିପିଆଇ। RSS-BJP ଶାସନ ଅଧୀନରେ ବଢ଼ୁଥିବା ସାମ୍ପ୍ରଦାୟିକ ଧ୍ରୁବୀକରଣ ଓ ସାମାଜିକ ବିଭାଜନ ବିରୋଧରେ ଭାରତର ସାମାଜିକ ଏକତା ଓ ସାମ୍ପ୍ରଦାୟିକ ସଦ୍ଭାବକୁ ସୁରକ୍ଷା କରିବାର ଆବଶ୍ୟକତା ଉପରେ ଏହି ଦିବସରେ ଗୁରୁତ୍ୱ ଦିଆଯିବ।୭ ନଭେମ୍ବର — ବିପ୍ଳବ ଦିବସ : ୭ ନଭେମ୍ବରକୁ ବିପ୍ଳବ ଦିବସ ଭାବେ ପାଳନ କରିବ ସିପିଆଇ। ବିଶ୍ୱର ବିଭିନ୍ନ ମୁକ୍ତି ସଂଗ୍ରାମ ଓ ବିପ୍ଳବୀ ଆନ୍ଦୋଳନରେ କମ୍ୟୁନିଷ୍ଟମାନଙ୍କ ଐତିହାସିକ ଅବଦାନ ସହ ଭାରତର ସ୍ୱାଧୀନତା ସଂଗ୍ରାମ ଓ ଗଣତାନ୍ତ୍ରିକ ପରିବର୍ତ୍ତନରେ କମ୍ୟୁନିଷ୍ଟ ଆନ୍ଦୋଳନର ଭୂମିକାକୁ ଲୋକଙ୍କ ନିକଟରେ ଉପସ୍ଥାପନ କରାଯିବ।ବିଶେଷକରି ଯୁବ ପିଢ଼ି ମଧ୍ୟରେ କମ୍ୟୁନିଷ୍ଟ ଆନ୍ଦୋଳନର ବିପ୍ଳବୀ ଓ ଗଣତାନ୍ତ୍ରିକ
3
ପରମ୍ପରାକୁ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ରହିବ।୧–୩ ଡିସେମ୍ବର — ଦେଶବ୍ୟାପୀ ‘ଜେଲ୍ ଭରୋ ଆନ୍ଦୋଳନ: ମୋଦୀ ସରକାରର ନୀତି ଯୋଗୁଁ ଦେଶ ସମ୍ମୁଖୀନ ହେଉଥିବା ଅର୍ଥନୈତିକ, ସାମାଜିକ ଓ ରାଜନୈତିକ ଚ୍ୟାଲେଞ୍ଜକୁ କେନ୍ଦ୍ର କରି ୧, ୨ ଓ ୩ ଡିସେମ୍ବର ୨୦୨୬ରେ ‘ପରିଵର୍ତ୍ତନ ଜରୁରୀ ଅଟେ’ ବ୍ୟାନର ତଳେ ଦେଶବ୍ୟାପୀ ସବିନୟ ଅବଜ୍ଞା ଆନ୍ଦୋଳନ/‘ଜେଲ୍ଭରୋ ଆନ୍ଦୋଳନ’ଆୟୋଜନ କରିବ ସିପିଆଇ।ଏହି ଆନ୍ଦୋଳନରେ ଅତି କମରେ ୫ ଲକ୍ଷ ଲୋକ ଓ କମ୍ରେଡଙ୍କୁ ସାମିଲ କରି ଗିରଫ ଦେବା ପାଇଁ ପାର୍ଟି ଲକ୍ଷ୍ୟ ଧାର୍ଯ୍ୟ କରିଛି।ଶ୍ରମିକ, କୃଷକ, ଯୁବକ, ଛାତ୍ର, ମହିଳା ଓ ସମାଜର ଅନ୍ୟାନ୍ୟ ବର୍ଗର ସମସ୍ୟାଗୁଡ଼ିକୁ ଆନ୍ଦୋଳନରେ ଉଠାଯିବ। ଏଥିସହ ମୌଳିକ ରାଜନୈତିକ ଓ ନୀତିଗତ ପରିବର୍ତ୍ତନର ଦାବିକୁ ଆହୁରି ତୀବ୍ର କରାଯିବ। ଜାତୀୟ ପରିଷଦର ଦୁଇଟି ପ୍ରମୁଖ ପ୍ରସ୍ତାବ: 1 ଖଣି ଓ ଖଣିଜ ସଂଶୋଧନ ଆଇନ–୨୦୨୬ ପ୍ରତ୍ୟାହାର ଦାବି: ଜାତୀୟ ପରିଷଦ ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ଆଇନ–୨୦୨୬ ପ୍ରତ୍ୟାହାର କରିବାକୁ ଦାବି କରିଛି। ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ସମେତ ଖଣିଜ ସମୃଦ୍ଧ ରାଜ୍ୟଗୁଡ଼ିକର ସ୍ୱାର୍ଥ ବିରୋଧୀ ଏହି ଆଇନ ବୋଲି ସିପିଆଇ ଅଭିଯୋଗ କରିଛି। ଏହା ଦ୍ୱାରା କ୍ଷମତା ଆହୁରି କେନ୍ଦ୍ରୀଭୂତ ହେବା ସହ ଖଣିଜ ସମ୍ପଦ ଉପରେ କର ଲାଗୁ କରିବା ସମେତ ରାଜ୍ୟମାନଙ୍କର ଅଧିକାର କ୍ଷୁଣ୍ଣ ହେବ ବୋଲି ଜାତୀୟ ପରିଷଦ କହିଛ।ଭାରତର ଖଣିଜ ସମ୍ପଦ ଜାତୀୟ ସମ୍ପତ୍ତି ହୋଇଥିବାରୁ ଏହାକୁ କର୍ପୋରେଟ୍ ସ୍ୱାର୍ଥରେ ନୁହେଁ, ଲୋକଙ୍କ ସ୍ୱାର୍ଥରେ ବ୍ୟବହାର କରାଯିବା ଉଚିତ ବୋଲି ସିପିଆଇ ଦାବି କରିଛି।
2.ଆସାମ ବନ୍ୟାକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କର: ଆସାମରେ, ବିଶେଷକରି ଉପର ଆସାମରେ ଭୟାବହ ବନ୍ୟା ପରିସ୍ଥିତିକୁ ନେଇ CPI ଜାତୀୟ ପରିଷଦ ଗଭୀର ଉଦ୍ବେଗ ପ୍ରକାଶ କରିଛି।ବନ୍ୟାରେ ୧,୦୦୦ରୁ ଅଧିକ ଗାଁ ଜଳମଗ୍ନ ହୋଇଥିବା ଏବଂ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ଖବର ମିଳିଛି। ଅନେକ ଲୋକ ଏବେ ମଧ୍ୟ ନିଖୋଜ ଥିବା ପାର୍ଟି କହିଛି କରିଛି। କେନ୍ଦ୍ର ସରକାର ତୁରନ୍ତ ଆସାମ ବନ୍ୟାକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବା ସହ ରିଲିଫ୍, ପୁନର୍ବାସ ଓ ପୁନର୍ନିର୍ମାଣ ପାଇଁ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ ଘୋଷଣା କରିବାକୁ ସିପିଆଇ ଦାବି କରିଛି । ବନ୍ୟାରେ ପ୍ରାଣ ହରାଇଥିବା ପରିବାରକୁ ପର୍ଯ୍ୟାପ୍ତ ସହାୟତା, ଜରୁରୀ ଭିତ୍ତିଭୂମିର ପୁନଃସ୍ଥାପନ ଏବଂ ପ୍ରଭାବିତ ସମୁଦାୟଙ୍କ ଦୀର୍ଘମିଆଦୀ ପୁନର୍ବାସ ପାଇଁ ତୁରନ୍ତ ଓ ବ୍ୟାପକ ସହାୟତା ଯୋଗାଇବାକୁ ମଧ୍ୟ ପାର୍ଟି ଦାବି କରିଛି। ସିପିଆଉ ଜାତୀୟ ପରିଷଦ ‘ପରିଵର୍ତ୍ତନ ଜରୁରୀ ଅଟେ’ ବ୍ୟାନର ତଳେ ରାଜନୈତିକ ସଂଗ୍ରାମକୁ ଆହୁରି ତୀବ୍ର କରିବାକୁ ନିଜର ସଂକଳ୍ପକୁ ପୁନଃଦୃଢ଼ କରିଛି।ଶ୍ରମିକ, କୃଷକ, ଯୁବକ, ଛାତ୍ର, ମହିଳା ଏବଂ ସମସ୍ତ ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷ ବର୍ଗକୁ ଏକତ୍ର କରି ଦେଶ ପାଇଁ ଏକ ବିକଳ୍ପ ରାଜନୈତିକ ଦିଗ ଏବଂ ଭାରତୀୟ ଜନସାଧାରଣଙ୍କ ପାଇଁ ଏକ ଉତ୍ତମ ଭବିଷ୍ୟତ ଗଠନ ଲକ୍ଷ୍ୟରେ ସଂଗ୍ରାମକୁ ଆହୁରି ଶକ୍ତିଶାଳୀ କରାଯିବ ବୋଲି ଜାତୀୟ ପରିଷଦ କହିଛି। ସାମ୍ବାଦିକ ସମ୍ମିଳନୀରେ ବ୍ଦରିଷ୍ଠ ସିପିଆଇ ନେତ୍ରୀ ଅମରଜିତ କୌର ଓ ଡଃ ଗିରିଶ ଶର୍ମା ଉପସ୍ଥିତ ଥିଲେ।










