ସମ୍ବଲପୁର: ସମ୍ବଲପୁରରେ ମହିଳାଙ୍କୁ ହତ୍ୟା ଅଭିଯୋଗ। ସମ୍ବଲପୁର ସେନପାର୍କ ଅଂଚଳରେ ଜଣେ ମହିଳାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତ ଯୁବତୀ ହେଲେ ହୀନା ବେଗମ୍। ସେନପାର୍କ ବାଉଣ୍ଡାରି କଡରେ ପଡିଛି ମହିଳାଙ୍କ ମୃତଦେହ। ସ୍ୱାମୀ-ସ୍ତ୍ରୀଙ୍କ କଳହରୁ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଛି। ଏହି ହତ୍ୟାକାଣ୍ଡରେ ପୁଲିସ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।










