ଓଡ଼ିଶା ୟୁନିଫର୍ମଡ୍ ସେବା କର୍ମଚାରୀ ଚୟନ ଆୟୋଗ (OUSSSC) ପକ୍ଷରୁ ସମସ୍ତସମ୍ପୃକ୍ତପ୍ରାର୍ଥିନୀ/ ପ୍ରାର୍ଥୀ ଓ ଆଶାୟୀ ଆବେଦନକାରିଣୀ/ ଆବେଦନକାରୀଙ୍କଅବଗତି ନିମନ୍ତେ ଜଣାଇ ଦିଆଯାଉଛି ଯେ, ଓଡ଼ିଶା ପୁଲିସ୍ ଏବଂ ଅନ୍ୟାନ୍ୟ ବିଭାଗ ଅଧୀନରେକନଷ୍ଟେବଲ୍ ସ୍ତରୀୟ ପଦବୀ ଓ ସେବା ପାଇଁ ନିଯୁକ୍ତି ପ୍ରକ୍ରିୟାଆରମ୍ଭ କରାଯାଇଛି। ଏ ସମ୍ପର୍କିତ ବିସ୍ତୃତ ବିଜ୍ଞାପନ, ଯେଉଁଥିରେ ପଦବୀ ସଂଖ୍ୟା, ଯୋଗ୍ୟତା, ଚୟନ ପ୍ରକ୍ରିୟା ଓ ଅନ୍ୟାନ୍ୟ ନିୟମାବଳୀ ସମ୍ପର୍କିତ ଆବଶ୍ୟକ ସୂଚନାଖୁବ୍ ଶୀଘ୍ର ପ୍ରକାଶ କରାଯିବ।
ଇତିମଧ୍ୟରେ ଗ୍ରହଣ କରାଯାଇଥିବାମିଳିତ ପୁଲିସ୍ ସେବାପରୀକ୍ଷା (CPSE)-୨୦୨୪ ନିମନ୍ତେପ୍ରାପ୍ତ ଆବେଦନପତ୍ରକୁ ବିଚାରକୁ ନେଇ ପରୀକ୍ଷା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ଗ୍ରହଣ କରାଯାଉଥିବା ବିଷୟ ଆୟୋଗଙ୍କ ପକ୍ଷରୁ ଜଣାଇ ଦିଆଯାଉଅଛି ।
ନିଯୁକ୍ତି ଓ ପରୀକ୍ଷା ପ୍ରକ୍ରିୟାକୁ ନେଇ ପ୍ରାର୍ଥିନୀ/ ପ୍ରାର୍ଥୀମାନଙ୍କ ମଧ୍ୟରେ ରହିଥିବା ବ୍ୟାପକ ଆଗ୍ରହ ଓ ଆଶଙ୍କା ପ୍ରତି ଆୟୋଗ ସଚେତନ ଅଛନ୍ତି। ତେଣୁ, ନିର୍ଦ୍ଧାରିତ ନିୟମାବଳୀ ଓ ପ୍ରକ୍ରିୟା ଅନୁଯାୟୀ ପରୀକ୍ଷା ପ୍ରକ୍ରିୟାକୁସୁଚାରୁ, ନିରପେକ୍ଷ, ସ୍ୱଚ୍ଛ ଓ ସୁରକ୍ଷିତ ଭାବେପରିଚାଳନା କରିବା ନିମନ୍ତେ ଆୟୋଗଙ୍କ ପକ୍ଷରୁ ସମସ୍ତ ଆବଶ୍ୟକ ପ୍ରସ୍ତୁତିମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ପୁନର୍ବାର ସ୍ପଷ୍ଟ କରାଯାଉଛି। CPSE-୨୦୨୪ ପାଇଁ ଆବେଦନ କରିଥିବା ପ୍ରାର୍ଥିନୀ/ପ୍ରାର୍ଥୀମାନଙ୍କୁ ପ୍ରୋକ୍ତ ପରୀକ୍ଷା ନିମନ୍ତେପ୍ରସ୍ତୁତ ରହିବା ସହିତ ଆୟୋଗଙ୍କଦ୍ଵାରା ଜାରି ସୂଚନା ମାଧ୍ୟମରେ ନିୟମିତ ଭାବେ ଅଦ୍ୟତନ ରହିବା ନିମନ୍ତେପରାମର୍ଶ ଦିଆଯାଉଛି। ପରୀକ୍ଷା କାର୍ଯ୍ୟସୂଚୀ ଏବଂ ଅନ୍ୟାନ୍ୟ ଆବଶ୍ୟକ ନିର୍ଦ୍ଦେଶନାମା ସମ୍ପର୍କିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୂଚନା ଚୂଡ଼ାନ୍ତ ହେବା ପରେ ଆୟୋଗଙ୍କ ପକ୍ଷରୁଅଧିକୃତ ଓ ସରକାରୀ ଯୋଗାଯୋଗ ମାଧ୍ୟମ ତଥା ଆୟୋଗଙ୍କର ୱେବସାଇଟ୍ରେପ୍ରକାଶ କରାଯିବ, ଯାହାକି ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ, ପ୍ରାର୍ଥିନୀ/ ପ୍ରାର୍ଥୀମାନଙ୍କୁସଚେତନ ରହିବା, ନିଜର ପ୍ରସ୍ତୁତି ଜାରି ରଖିବା ଏବଂ ଆୟୋଗଙ୍କର ଅଧିକୃତ ସୂଚନାକୁ ଅପେକ୍ଷା କରିବା ନିମନ୍ତେଅନୁରୋଧ କରାଯାଉଛି।
ପ୍ରାର୍ଥିନୀ/ପ୍ରାର୍ଥୀମାନଙ୍କ ସ୍ୱାର୍ଥ ଏବଂ ପରୀକ୍ଷା ପ୍ରକ୍ରିୟାରସ୍ୱଚ୍ଛତା, ନିରପେକ୍ଷତା ଓ ପବିତ୍ରତାସୁନିଶ୍ଚିତ କରିବା ସହିତ ନିଯୁକ୍ତି ଓ ପରୀକ୍ଷା ପ୍ରକ୍ରିୟାକୁ ଯଥାଶୀଘ୍ର ଆଗେଇ ନେବା ପାଇଁ ଆୟୋଗଙ୍କ ପକ୍ଷରୁ ସମସ୍ତ ପ୍ରକାରର ସମନ୍ୱିତ ଓ ନିଷ୍ଠାପୂର୍ଣ୍ଣ ପ୍ରୟାସ କରାଯାଉଛି।










