ତ୍ରିସୁର : କେରଳମରେ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ୮ ଜଣଙ୍କର ମୃତ୍ୟ ହୋଇଛି । କେରଳମର ଥ୍ରିସୁର ଜିଲ୍ଲା ପନାମବିକୁନୁରେ ଏକ କାର ସହ ଟ୍ରକର ଧକ୍କା ହେବାରୁ ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ଘଟିଛି । ମୃତକମାନେ ଛାତ୍ର ବୋଲି କୁହାଯାଉଛି। ତ୍ରିସୁର ନିକଟବର୍ତ୍ତୀ କାଇପାମଙ୍ଗଲମର ପାନାମ୍ବିକକୁନୁରେ ଶୁକ୍ରବାର ରାତି ପ୍ରାୟ ୧୧.୪୦ ସମୟରେ ଏହି ଦୁର୍ଘଟଣା ଘଟିଛି। ପୋଲିସ କହିବା ଅନୁଯାୟୀ, ଯୁବକମାନଙ୍କୁ ନେଇ ଯାଉଥିବା କାରଟି ରାଜପଥରେ ପାର୍କିଂ ହୋଇଥିବା ଏକ ଟ୍ରକ ସହିତ ଧକ୍କା ହୋଇଥିଲା। କାରରେ ଥିବା ସମସ୍ତ ଆଠ ଜଣଙ୍କର ଘଟଣାସ୍ଥଳେ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଦା, ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ଥ୍ରିସୁର ମେଡିକାଲ କଲେଜ ଶବାଗାରରେ ମୃତଦେହ ରଖାଯାଇଛି । ମୃତ ଛାତ୍ରଙ୍କ ଘର ପଡ଼ୋଶୀ ତାମିଲନାଡୁରେ ବୋଲି କୁହାଯାଉଛି । ଦୁର୍ଘଟଣା ଘଟିବା ସମୟରେ କାରଟି ଗୁରୁଭାୟୁର ପାର୍ଶ୍ୱରୁ କୋଡୁଙ୍ଗାଲ୍ଲୁର ଅଭିମୁଖେ ଯାତ୍ରା କରୁଥିବା ଜଣାପଡିଛି।










