32.1 C
Bhubaneswar
Thursday, September 3, 2026
Homeଓଡିଶାଭୁବନେଶ୍ୱରରେ ସିରିଜ୍‌ ଦୁର୍ଘଟଣା: ୪ ଗୁରୁତର

ଭୁବନେଶ୍ୱରରେ ସିରିଜ୍‌ ଦୁର୍ଘଟଣା: ୪ ଗୁରୁତର

ଭୁବନେଶ୍ୱର: ଭୁବନେଶ୍ୱର ପଳାଶୁଣୀ ଛକ ଫୁଟ୍‌ ଓଭରବ୍ରିଜ୍‌ରେ ଭୟଙ୍କର ସିରିଜ୍‌ ଦୁର୍ଘଟଣା। ଭୋର୍ ୪.୧୦ଟାରେ ଘଟି ଦୁର୍ଘଟଣା। ଚା ଦୋକାନ ନିକଟରେ ଲୋକେ ଚା ପିଉଥିବା ବେଳେ ଏକ ମହିନ୍ଦ୍ରା ଏକ୍ସୟୁଭି ନିୟନ୍ତ୍ରଣ ହରାଇ ଦୋକାନ ଉପରକୁ ମାଡ଼ିଯାଇଥିଲା।ଦୁର୍ଘଟଣାରେ ଏସ୍‌ୟୁଭିଟି ଦୁଇଟି କାର୍‌ ଓ ଦୁଇଟି ବାଇକ୍‌କୁ ଧକ୍କା ଦେବା ସହ ତାହା ଉପରେ ଚଢ଼ିଯାଇଥିଲା। ଧକ୍କା ଏତେ ଜୋର୍‌ଦାର ଥିଲା ଯେ ଗାଡ଼ିଗୁଡ଼ିକ ଗୁଣ୍ଡ ହୋଇଯାଇଛି। ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ଯୁବକ ମଧ୍ୟ ଆହତ ହୋଇ କ୍ୟାପିଟାଲ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ଖବର ପାଇ ମଞ୍ଚେଶ୍ୱର ଥାନାର ୨ଟି ପିସିଆର୍‌, ପାହାଳ ଥାନାର ଗୋଟିଏ, ସହିଦନଗର ଥାନାର ଗୋଟିଏ ପିସିଆର୍‌ ଏବଂ ଗୋଟିଏ ହାଇ ପାଟ୍ରୋଲିଂ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍‌ ଓ ଉଦ୍ଧାରକାରୀ ଦଳ ଆହତମାନଙ୍କୁ ଉଦ୍ଧାର କରିଥିଲେ। ଜଣେ ଆହତଙ୍କୁ ପିସିଆର୍‌ ଯୋଗେ ଏବଂ ଅନ୍ୟ ଗୁରୁତରଙ୍କୁ ଦୁଇଟି ଆମ୍ବୁଲାନ୍ସ ଯୋଗେ ମେଡିକାଲ ନିଆଯାଇଛି।ଘଟଣା ପରେ ମଞ୍ଚେଶ୍ୱର ଥାନା ପୁଲିସ୍‌ ସମସ୍ତ ଗାଡ଼ିକୁ ଥାନାକୁ ନେଇ ମାମଲା ରୁଜୁ କରିଛି। ଦୁର୍ଘଟଣାର ପ୍ରକୃତ କାରଣ ଏବଂ ଗାଡ଼ିର ଗତି ସମ୍ପର୍କରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking