32.1 C
Bhubaneswar
Thursday, September 3, 2026
Homeଓଡିଶାଆସନ୍ତାକାଲି ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ୧୮ତମ ଶ୍ରାଦ୍ଧବାର୍ଷିକୀ

ଆସନ୍ତାକାଲି ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ୧୮ତମ ଶ୍ରାଦ୍ଧବାର୍ଷିକୀ

କନ୍ଧମାଳ :  ଆସନ୍ତାକାଲି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୮ତମ ଶ୍ରାଦ୍ଧବାର୍ଷିକୀ ଉତ୍ସବ ତଥା ବିଶ୍ୱ ହିନ୍ଦୁ ପରିଷଦର ବଳିଦାନ ଦିବସ । ଏଥିପାଇଁ ଜଳେଶପଟ୍ଟା ସଂସ୍କୃତ କନ୍ୟାଶ୍ରମରେ ଚାଲିଛି ଜୋରଦାର ପ୍ରସ୍ତୁତି । ଉତ୍ସବକୁ ଦୃଷ୍ଟିରେ ରଖି କନ୍ୟାଶ୍ରମର ଅନ୍ତେବାସିନୀମାନେ ଆଶ୍ରମ ପରିସରର ସାଜସଜ୍ଜାରେ ଲାଗିଛନ୍ତି । ଆଶ୍ରମରେ କଳସ ପୂଜା, ଗୋପୂଜନ, ଗୁରୁପୂଜନ, ସ୍ୱାମୀଜୀଙ୍କ ପ୍ରତିମୂର୍ତ୍ତିରେ ଅଭିଷେକ, ସୂର୍ୟ୍ୟପୂଜା ଓ ସ୍ମୃତିସଭା ଆୟୋଜିତ ହେବ । ସେହିପରି ସନ୍ଧ୍ୟାରେ ଜନ୍ମାଷ୍ଟମୀ ପୂଜା କାର୍ଯ୍ୟକ୍ରମ ରହିଛି । ଏହା ସହ ଆସୁଥିବା ଅତିଥି ଓ ଶ୍ରଦ୍ଧାଳୁଙ୍କ ପାଇଁ ମଧ୍ୟ ବିଭିନ୍ନ ବ୍ୟବସ୍ଥା ଚୂଡ଼ାନ୍ତ ପର୍ୟ୍ୟାୟରେ ପହଞ୍ଚିଛି ।ଅନ୍ୟପଟେ ଉତ୍ସବକୁ ନଜରରେ ରଖି ପୋଲିସ ପ୍ରଶାସନ ପକ୍ଷରୁ  ଜଳେଶପଟ୍ଟା ଆଶ୍ରମ ପରିସରରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବାଲିଗୁଡ଼ା ଏସଡିପିଓ ଶୁଭମ ଭୋସଲେ ବୁଲି ସୁରକ୍ଷା ଯାଞ୍ଚ କରିଛନ୍ତି । ସମ୍ଭାବ୍ୟ ଅଘଟଣକୁ ଏଡ଼ାଇବା ପାଇଁ ଆଶ୍ରମ ଅଞ୍ଚଳରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking