32.1 C
Bhubaneswar
Thursday, September 3, 2026
Homeଦେଶ ବିଦେଶମଧ୍ୟପ୍ରାଚ୍ୟ ଉତ୍ତେଜନା: ଖସିଲା ସୁନା, ରୁପା ଦର

ମଧ୍ୟପ୍ରାଚ୍ୟ ଉତ୍ତେଜନା: ଖସିଲା ସୁନା, ରୁପା ଦର

ନୂଆଦିଲ୍ଲୀ:  ଖସିଲା ସୁନା, ରୁପା ଦର।  ମଧ୍ୟପ୍ରାଚ୍ୟ ଉତ୍ତେଜନା ଯୋଗୁଁ ସୁନା ତିନି ସପ୍ତାହ ପରେ ସର୍ବନିମ୍ନସ୍ତରକୁ ଖସିଲା ସୁନା। ସ୍ପଟ୍ ସୁନା ୦ ଦଶମିକ ୬% ଖସି ୪ ହଜାର ୩୦୪ ଡଲାରରେ ପହଂଚିଲା ପ୍ରତି ଆଉନ୍ସ। ତୈଳ ମୂଲ୍ୟ ବୃଦ୍ଧି, ମୁଦ୍ରାସ୍ଫୀତି ଓ ସୁଦ୍ଧ ହାର ବୃଦ୍ଧି ଭୟ ଯୋଗୁ ଖସୁଛି ସୁନା ଦର। ଡିସେମ୍ବର ବିତରଣ ପାଇଁ ଆମେରିକୀୟ ସୁନା ଫ୍ୟୁଚର୍ସ ୧% ଖସି ୪,୩୫୦ ଡଲାର ଛୁଇଁଛି। ମଙ୍ଗଳବାର ଯୁକ୍ତରାଷ୍ଟ୍ର ଇରାନ ଉପରେ ଆକ୍ରମଣ ଚଳାଇଥିଲା ଏବଂ ଜବାବରେ ଇରାନ ମଧ୍ୟ ପ୍ରତି ଆକ୍ରମଣ କରିଥିଲା। ଯେଉଁଥିପାଇଁ ତେଲ ଦର ବୃଦ୍ଧି ଘଟିଥିଲା।  ଟ୍ରେଡରମାନେ ଏହି ମାସରେ ଫେଡେରାଲ୍ ରିଜର୍ଭର ସୁଧ ବୃଦ୍ଧିର ୬୭% ସମ୍ଭାବନା ରଖୁଛନ୍ତି । ଆଜି MCXରେ ସୁନା ମୂଲ୍ୟ ୧%ରୁ ଅଧିକ ଖସି ୧.୫୧ ଲକ୍ଷ ଟଙ୍କା ନିକଟରେ ସଂଘର୍ଷ କରୁଛି। ସେହିପରି MCXରେ ରୂପା ୧.୪୪% ଖସି ପ୍ରତି ୧ କିଲୋଗ୍ରାମ୍  ପ୍ରାୟ ୨.୩୨ ଲକ୍ଷ ଟଙ୍କାରେ ବେପାର ହେଉଛି। ୨୨ କେରେଟ୍ ସୁନା ଗ୍ରାମ ପିଛା ୧୩, ହଜାର ୯୩୫ ରହିଛି। ରୂପା ଗ୍ରାମ ପିଛା ଦର ୨୪୫ ଟଙ୍କା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking