ନୂଆଦିଲ୍ଲୀ: ଯୁଦ୍ଧର ତାତି ବଢୁଛି ଆଉ ବଜାରରେ ସୁନାର ଭାଉ ଖସୁଛି । ଲଗାତାର ଚତୁର୍ଥ ଦିନରେ ବି ଦର ହ୍ରାସ ପାଇଛି । ମାତ୍ର ୪ ଦିନ ଭିତରେ ୨୨ କ୍ୟାରେଟ ସୁନା ଦରରେ ପ୍ରାୟ ୫ ହଜାର ୭୦୦ ଟଙ୍କାର ବଡ ଧରଣର ହ୍ରାସ ଦେଖିବା ପାଇଁ ମିଳିଛି । ଗତ ଅଗଷ୍ଟ ୨୯ ତାରିଖରେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ଦର ରହିଥିଲା ୧ ଲକ୍ଷ ୪୫ ହଜାର ୫୦ ଟଙ୍କା । ଏବେ ୧୦ ଗ୍ରାମ ସୁନାର ମୂଲ୍ୟ ରହିଛି ୧ ଲକ୍ଷ ୩୯ ହଜାର ୩୫୦ ଟଙ୍କା ଅର୍ଥାତ ୪ ଦିନରେ ଗ୍ରାହକଙ୍କୁ ମିଳିଛି ବଡ ମୂଲ୍ୟରେ ହ୍ରାସ । ୨୨ କ୍ୟାରେଟ ସୁନା ଦରରେ ୧୦ ଗ୍ରାମ ପିଛା ୧୯୦୦ ଟଙ୍କା ହ୍ରାସ ଘଟିଛି । ସେପରି ୨୪ କ୍ୟାରେଟ ସୁନା ୨ ହଜାର ୭୦ ଟଙ୍କା ମଧ୍ୟ କମିଛି । ଗତକାଲି ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରସଙ୍ଗରେ ବାର୍ତ୍ତା ଦେବା ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ଏବେ ସୁନା ନ କିଣିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଆହ୍ୱାନ ଦେଇଥିଲେ । ପୂର୍ବରୁ ଗତ ମେ ମାସରେ ମଧ୍ୟ ନିବେଦନ କରିଥିଲେ ପ୍ରଧାନମନ୍ତ୍ରୀ । ଗ୍ଲୋବାଲ ସଙ୍କଟ ଯୁଦ୍ଧ ଏବଂ ଅର୍ଥ ଅନିଶ୍ଚିତତା ମଧ୍ୟରେ ଦେଶର ଅର୍ଥନୀତିକୁ ସୁଦୃଢ ରଖିବା ଏବଂ ବୈଦେଶିକ ମୁଦ୍ରାଭଣ୍ଡାରକୁ ସୁରକ୍ଷିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଆହ୍ୱାନ ଦେଇଛନ୍ତି ।










