32.1 C
Bhubaneswar
Wednesday, September 2, 2026
Homeଓଡିଶାବାରଣାସୀ- ଅଯୋଧ୍ୟା ଅଭିମୁଖେ ତୀର୍ଥଯାତ୍ରା ଟ୍ରେନର ଶୁଭାରମ୍ଭ

ବାରଣାସୀ- ଅଯୋଧ୍ୟା ଅଭିମୁଖେ ତୀର୍ଥଯାତ୍ରା ଟ୍ରେନର ଶୁଭାରମ୍ଭ

ଭୁବନେଶ୍ୱର: ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଟ୍ରେନର ଶୁଭାରମ୍ଭ ହୋଇଛି । ଭୁବନେଶ୍ୱର ପଟିଆ ସ୍ଥିତ ନ୍ୟୁ ରେଳ ଷ୍ଟେସନରେ ଶୁଭାରମ୍ଭ କରାଯାଇଛି । ୧୦ ଟି ସ୍ୱତନ୍ତ୍ର ଟ୍ରେନ ଯୋଗେ ବାରାଣସୀ ଅଯୋଧ୍ୟା ଅଭିମୁଖେ ତୀର୍ଥ ଯାତ୍ରା କରିବେ ବରିଷ୍ଠ ନାଗରିକ । ପ୍ରତ୍ୟେକ ଟ୍ରେନରେ ୮ ଶହ ଜଣ ଯାତ୍ରୀଙ୍କ ପାଇଁ ସୁବିଧା ରହିଛି । ଚଳିତ ଆର୍ଥିକ ବର୍ଷର ଏହା ପ୍ରଥମ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା । ତେବେ ଏହି ପରିପ୍ରେକ୍ଷୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଓଡିଶାର ବରିଷ୍ଠ ନାଗରିକଙ୍କୁ ତୀର୍ଥ ସେବା କରିବା ପାଇଁ ୨୦୨୬-୨୭ର ପ୍ରଥମ ଟ୍ରେନ ବାରାଣାସୀ ଅଯୋଧ୍ୟା ଅଭିମୁଖେ ଆଜି ବାହାରିଲା । ଯେଉଁଥିରେ ୮୦୦ ଜଣ ଯାତ୍ରୀ ଅଛନ୍ତି । ସେମାନେ ବୁଲି ଆସିବା ପରେ ସେମାନଙ୍କୁ ସୁସମ୍ମାନ ସହ ନିଜ ନିଜ ଘରେ ପହଞ୍ଚାଯିବ । ଗତକାଲି ସେମାନଙ୍କର ଚିକିତ୍ସା ମଧ୍ୟ କରାଯାଇଥିଲ।। ଆଗକୁ ଆହୁରି ମଧ୍ୟ ଟ୍ରେନ ପଡିବ, ଯେଉଁଥିରେ ଅନ୍ୟ କିଛି ଜିଲ୍ଲାର ବରିଷ୍ଠ ନାଗରିକମାନେ ଗଙ୍ଗା ଆଳତୀ ଦେଖିବାର ସୌଭାଗ୍ୟ ପାଇବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking