ଭୁବନେଶ୍ୱର : ଗାଡ଼ି ଚାଳକଙ୍କ ପାଇଁ ବଡ଼ ଆଶ୍ୱସ୍ତିକର ଖବର। PUCC ଜରିମାନା କମାଇଲେ ରାଜ୍ୟ ସରକାର। ପ୍ରଦୂଷଣ ସାର୍ଟିଫିକେଟ ନ ଥିଲେ କଟାଯାଉଥିବା ୧୦ ହଜାର ଟଙ୍କାର ମୋଟା ଜରିମାନା କମିବା ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ବଡ଼ ଘୋଷଣା କରିଛନ୍ତି। ଏଣିକି ୧୦ ହଜାର ପରିବର୍ତ୍ତେ ୬ ହଜାର ଟଙ୍କା ଫାଇନ ଦେବେ । ୨ରୁ ୩ ଚକିଆ ପାଇଁ ପ୍ରଥମ ଉଲ୍ଲଙ୍ଘନରେ ୧୦୦୦ ଓ ଦ୍ୱିତୀୟରେ ୨୦୦୦ ଫଇନ ଦେବେ ଲୋକେ । କ୍ୟାବ, କାର, ଟ୍ରାକ୍ଟର ପାଇଁ ପ୍ରଥମେ ଉଲ୍ଲଙ୍ଘନରେ ୨୦୦୦ ଓ ଦ୍ୱିତୀୟରେ ୫୦୦୦ ଦେବେ ଲୋକେ ।










