29.1 C
Bhubaneswar
Tuesday, September 1, 2026
Homeଓଡିଶାଫାଟିଲା ଲୁହାପଥର ପରିବହନ ପାଇପ୍: ଚାଷ ଜମି କ୍ଷତିଗ୍ରସ୍ତ

ଫାଟିଲା ଲୁହାପଥର ପରିବହନ ପାଇପ୍: ଚାଷ ଜମି କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଡାଳଖାଇ ମନ୍ଦିର ନିକଟରେ ଥିବା ଏଏନ୍‌/ଏମ୍‌ଏସ୍‌ କମ୍ପାନୀର ପାଇପ୍ ଫାଟିଯାଇଛି । କମ୍ପାନୀଠାରୁ ପ୍ରାୟ ୨ କିଲୋମିଟର ଦୂରରେ ଥିବା ପାବ୍ଲିଗୁଡ଼ା ଗାଁ ନିକଟରେ ଏହି ଘଟଣା ଘଟିଛି ।ପାଇପ୍ ଫାଟିଯିବା ପରେ ଏଥିରୁ କାଦୁଅ ଓ ପାଣି ଚାରିଆଡ଼େ ଛିଞ୍ଚି ହୋଇ ବାହାରିଥିଲା । ଫଳରେ ନିକଟରେ ଥିବା ଅଳ୍ପ ପରିମାଣର ଚାଷ ଜମି ନଷ୍ଟ ହୋଇଥିବା ସୂଚନା ମିଳିଛି । ଚିତ୍ରକୋଣ୍ଡାରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ପର୍ଯ୍ୟନ୍ତ ଏହି ପାଇପ୍ ଯୋଗେ କମ୍ପାନୀ ପକ୍ଷରୁ ତରଳ ଲୁହାପଥର ପଠାଯାଇଥାଏ । ତେବେ କୌଣସି କାରଣରୁ ପାଇପ୍‌ଟି ଫାଟିଯାଇଥିବା ଜଣାପଡ଼ିଛି ।ଘଟଣା ସମ୍ପର୍କରେ ଖବର ପାଇବା ପରେ କମ୍ପାନୀର ବୈଷୟିକ ଟିମ୍‌ ଓ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରିସ୍ଥିତି ଅନୁଧ୍ୟାନ କରିବା ପରେ ଯୁଦ୍ଧକାଳୀନ ଭିତ୍ତିରେ ପାଇପ୍ ମରାମତି କାମ ଆରମ୍ଭ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking