27.1 C
Bhubaneswar
Monday, August 31, 2026
Homeଓଡିଶାମହିଳାଙ୍କୁ ସୁରକ୍ଷା ପ୍ରଦାନ କ୍ଷେତ୍ରରେ ରାଜ୍ୟ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି

ମହିଳାଙ୍କୁ ସୁରକ୍ଷା ପ୍ରଦାନ କ୍ଷେତ୍ରରେ ରାଜ୍ୟ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି

ସାମାଜିକ ଗଣମାଧ୍ୟମରେ ସକ୍ରିୟ ଥିବା ଶ୍ରାବଣୀଙ୍କ ଚରିତ୍ର ସଂହାର କରୁଛନ୍ତି ଦୁଇ ଅସାମାଜିକ ଯୁବକ
ଶ୍ରାବଣୀ ଏଫ୍ଆଇଆର୍ ଦେବାର ଦୁଇ ମାସ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ
ଗତ ଦୁଇ ବର୍ଷରେ ରାଜ୍ୟରେ ୪୧, ୦୦୦ରୁ ଉଦ୍ଧ୍ୱର୍ ମହିଳାଙ୍କ ବିରୋଧରେ ଅପରାଧ ମାମଲା ରୁଜୁ ହୋଇଛି

ଭୁବନେଶ୍ୱର: ରାଜ୍ୟରେ ମହିଳାମାନଙ୍କୁ ସୁରକ୍ଷା ପ୍ରଦାନରେ ରାଜ୍ୟ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରି ବିଜୁ ଜନତା ଦଳ ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ବିଜୁ ମହିଳା ଜନତା ଦଳର ସାଧାରଣ ସମ୍ପାଦିକା ଶ୍ରୀମତୀ ଗୀତା ବସ୍ତିଆ ଓ ଜଗତସିଂହପୁର ଜିଲ୍ଲା ମହିଳା ସଭାପତି ଶ୍ରୀମତୀ ଲୋରା ମହାପାତ୍ର ରାଜ୍ୟରେ ମହିଳା ସୁରକ୍ଷା ବିପର୍ଯ୍ୟସ୍ତ ହୋଇ ପଡିଛି ବୋଲି ଅଭିଯୋଗ କରିଥିଲେ।

ଶ୍ରୀମତୀ ଗୀତା ବସ୍ତିଆ କହିଥିଲେ, ରାଜ୍ୟରେ ମହିଳାମାନଙ୍କର ସୁରକ୍ଷା ଆଜି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସାମାଜିକ ଗଣମାଧ୍ୟମରେ ନିଜ ମତ ରଖିବାରେ ସକ୍ରିୟ ଥିବା ଶ୍ରାବଣୀ ପ୍ରିୟଦର୍ଶିନଙ୍କୁ ଦୁଇ ଜଣ ଅସାମାଜିକ ବ୍ୟକ୍ତି ନିୟମିତ ଭାବେ ଗାଳିଗୁଲଜ କରୁଛନ୍ତି ଓ ଅଶାଳୀନ ମନ୍ତବ୍ୟ ଦେଇଛନ୍ତି । ସାମାଜିକ ଗଣମାଧ୍ୟମରେ ତାଙ୍କର ଚରିତ୍ର ସଂହାର କରୁଥିବା ଯୁବକମାନଙ୍କ ବିରୋଧରେ ଶ୍ରାବଣୀ ଏକ ଏଫ୍ଆଇଆର୍ ଦେଇଛନ୍ତି । କିନ୍ତୁ, ଦୁଇ ମାସ ବିତି ଯାଇଥିଲେ ସୁଦ୍ଧା ତାଙ୍କୁ ନ୍ୟାୟ ଦିଆଯାଇ ନାହିଁ । ଶ୍ରାବଣୀ ବର୍ତ୍ତମାନ ଗୋଟିଏ ମାନହାନୀ ମାମଲା କରିଛନ୍ତି । କିନ୍ତୁ, ଏଥିରେ ମଧ୍ୟ ତାଙ୍କୁ କୌଣସି ସୁଫଳ ମିଳିପାରି ନାହିଁ । ଶ୍ରୀମତୀ ଲୋରା ମହାପାତ୍ର କହିଥିଲେ, ଦୁଃଖ ଓ ପରିତାପର ବିଷୟ ଯେ ରାଜ୍ୟରେ ମହିଳାମାନଙ୍କ ଅଧିକାରକୁ ଚାପି ଦିଆଯାଉଛି । ଶ୍ରାବଣୀ ଜଣେ ଉଚ୍ଚଶିକ୍ଷିତା ମହିଳା ହୋଇଥିବା ବେଳେ ତାଙ୍କ ବିରୋଧରେ ଦୁଇ ଜଣ ଯୁବକ ଅଶାଳୀନ ମନ୍ତବ୍ୟ ଦେଇ ତାଙ୍କ ଚରିତ୍ର ସଂହାର କରି ଚାଲିଛନ୍ତି । ସେ ଏଫ୍ଆଇଆର୍ ଦେଇଛନ୍ତି, କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହିଁ । କାହା ଚାପରେ ପୋଲିସ ନିରବ ରହିଛି । ରାଜ୍ୟ ବିଜେପି ସରକାର ମହିଳା ମାନଙ୍କୁ ସୁରକ୍ଷା ପ୍ରଦାନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ମହିଳାଙ୍କ ବାକ ସ୍ୱାଧୀନତା ଯଦି ନରହିବ ତାହେଲେ ମହିଳା ମାନେ ସଶକ୍ତ ହେବେ କିପରି? ବିଜେପି ନାରୀ ବନ୍ଦନା କଥା କହୁଛି । ଏହା କଣ ତାଙ୍କର ନାରୀ ଶକ୍ତି ବନ୍ଦନା । ରାଜ୍ୟରେ ମହିଳାଙ୍କ ବିରୋଧରେ ଅପରାଧ ଅହେତୁକ ବୃଦ୍ଧି ପାଇଛି । ବିଜେପି କ୍ଷମତାକୁ ଆସିବା ପରେ, ଗତ ଦୁଇ ବର୍ଷରେ ରାଜ୍ୟରେ ୪୧, ୦୦୦ରୁ ଉଦ୍ଧ୍ୱର୍ ମହିଳା ନିର୍ଯାତନା ଓ ବିଭିନ୍ନ ଅପରାଧର ଶିକାର ହୋଇଛନ୍ତି । ରାଜ୍ୟ ସରକାର ତୁରନ୍ତ ଶ୍ରାବଣୀଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking