29.1 C
Bhubaneswar
Monday, August 31, 2026
Homeଦେଶ ବିଦେଶବାଣ କାରଖାନାରେ ବିସ୍ଫୋରଣ: ୭ ମୃତ

ବାଣ କାରଖାନାରେ ବିସ୍ଫୋରଣ: ୭ ମୃତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କୌଶାମ୍ବିର ପିପରି ଥାନା ଅଞ୍ଚଳର ମହମୁଦପୁରରେ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟିଛି। ଏଥିରେ ସାତ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି ।  ଆହତମାନଙ୍କୁ ପ୍ରୟାଗରାଜର ଏସଆରଏନ ହସ୍ପିଟାଲର ଟ୍ରମା ସେଣ୍ଟରକୁ ନିଆଯାଇଛି। ଗୁରୁତର ଅବସ୍ଥାରେ ଜଣେ ମହିଳାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  କାରଖାନା ପାଖରେ ଥିବା ୫ ଘର ଭାଙ୍ଗିରୁଜି ଯାଇଛି ବୋଲି କୌଶାମ୍ବି ସର୍କଲ ଅଫିସର ଶିବଙ୍କ ସିଂହ କହିଛନ୍ତି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ପୂର୍ବାହ୍ନ ୧୧ଟା ସମୟରେ କାରଖାନାରେ ସିରିଜ୍ ବିସ୍ଫୋରଣ ଘଟିଥିବା କୁହାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking