29.1 C
Bhubaneswar
Monday, August 31, 2026
Homeଓଡିଶାଦୁଇ ସାଙ୍ଗଙ୍କ ମଧ୍ୟରେ ଛୁରାମାଡ଼: ଜଣେ ମୃତ

ଦୁଇ ସାଙ୍ଗଙ୍କ ମଧ୍ୟରେ ଛୁରାମାଡ଼: ଜଣେ ମୃତ

ଅନୁଗୁଳ: ତାଳଚେରରେ ଚାଞ୍ଚଲ୍ୟ । ଦୁଇ ସାଙ୍ଗଙ୍କ ମଧ୍ୟରେ ବଚସା ପରେ ଘଟିଛି ଛୁରାମାଡ । ଏଥିରେ ଜଣେ ସାଙ୍ଗଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଘଟଣାଟି ଅନୁଗୋଳ ଜିଲ୍ଲା ତାଳଚେରର ଗଣେଶ ବିହାର ଅଞ୍ଚଳରେ ଘଟିଛି । ଏକ ଭଡା ଘରେ ଦୁଇ ସାଙ୍ଗଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ପରେ ବଚସା ଉଗ୍ରରୂପ ନେବାରୁ ଉଭୟଙ୍କ ମଧ୍ୟରେ ଛୁରୀ ଭୂସାଭୁସି ହୋଇଥିବା ସୂଚନା ମିଳିଛି । ଘଟଣାରେ ଜଣେ ସାଙ୍ଗଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘରର କବାଟ ଭାଙ୍ଗି ଗୁରୁତରଙ୍କୁ ଉଦ୍ଧାର କରି ପୁଲିସ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking