31.1 C
Bhubaneswar
Friday, August 28, 2026
Homeଓଡିଶାସ୍ତ୍ରୀଙ୍କୁ ମାରି ନିଜେ ଝୁଲିପଡ଼ିଲେ ସ୍ୱାମୀ

ସ୍ତ୍ରୀଙ୍କୁ ମାରି ନିଜେ ଝୁଲିପଡ଼ିଲେ ସ୍ୱାମୀ

ଭଦ୍ରକ:  ଭଦ୍ରକରେ ଚାଞ୍ଚଲ୍ୟ । ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀ ଆତ୍ମହତ୍ୟା କରିଥିବା ଅଭିଯୋଗ । ଘଟଣାକୁ ୨୦ ଘଣ୍ଟା ବିତିଥିଲେ ବି ଘର ଭିତରେ ପଡ଼ିରହିଛି ଦୁଇଟି ମୃତଦେହ । ଭଦ୍ରକ ପୁରୁଣାବଜାର ଥାନା ଅଞ୍ଚଳର ନଙ୍ଗମହଲା ମହଲାରେ ଘଟିଛି ଏହି ଘଟଣା । ଗୋଟିଏ ଘର ଭିତରୁ ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ମିଳିବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଘଟଣା ସମ୍ପର୍କରେ ଖବର ପାଇ ଅତିରିକ୍ତ ଏସ୍‌ପି ଅଂଶୁମାନ ଦ୍ୱିବେଦୀଙ୍କ ସହ ପୁରୁଣାବଜାର ପୁଲିସ ଗତକାଲିଠାରୁ ଘଟଣାସ୍ଥଳରେ ରହି ତଦନ୍ତ ଜାରି ରଖିଛନ୍ତି ।ଅନ୍ୟପଟେ, ମୃତ ସ୍ତ୍ରୀଙ୍କ ପରିବାର ଲୋକେ ଲକ୍ଷ୍ନୌରୁ ଭଦ୍ରକରେ ପହଞ୍ଚିଛନ୍ତି।  ସେମାନେ ନଙ୍ଗମହଲା ମହଲାରେ ଥିବା ସେହି ଘରକୁ ଯାଇଛନ୍ତି, ଯେଉଁଠାରେ ଦୀର୍ଘ ସମୟ ଧରି ଦୁଇଟି ମୃତଦେହ ପଡ଼ିରହିଛି। ତେବେ କେଉଁ କାରଣରୁ ଏଭଳି ଅଘଟଣ ଘଟିଲା? ସ୍ତ୍ରୀଙ୍କୁ ହତ୍ୟା ପରେ ସ୍ୱାମୀ ଆତ୍ମହତ୍ୟା କରିଥିଲେ ନା ଘଟଣା ପଛରେ ରହିଛି ଆଉ କିଛି ରହସ୍ୟ? ଏନେଇ ପୁଲିସର ତଦନ୍ତ ଜାରି ରହିଛି। ତଦନ୍ତ ପରେ ହିଁ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking