31.1 C
Bhubaneswar
Friday, August 28, 2026
Homeଦେଶ ବିଦେଶ୧୨ ବର୍ଷ ପୂରଣ କଲା ପ୍ରଧାନମନ୍ତ୍ରୀ ଜନଧନ ଯୋଜନା

୧୨ ବର୍ଷ ପୂରଣ କଲା ପ୍ରଧାନମନ୍ତ୍ରୀ ଜନଧନ ଯୋଜନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୮ ଅଗଷ୍ଟ ୨୦୧୪ରେ ତାଙ୍କର ପ୍ରଥମ ଯୋଜନାଗୁଡ଼ିକ ମଧ୍ୟରୁ ଅନ୍ୟତମ, ‘ପ୍ରଧାନମନ୍ତ୍ରୀ ଜନଧନ ଯୋଜନା (ପିଏମଜେଡିଓ୍ବାଇ)’ର ଶୁଭାରମ୍ଭ କରିଥିଲେ। ଏହି ଯୋଜନା ଏବେ ୧୨ ବର୍ଷ ପୂରଣ କରିଛି।ପିଏମଜେଡିଓ୍ବାଇର ଏହି ୧୨ ବର୍ଷର ଯାତ୍ରା ଭାରତର ଆର୍ଥିକ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିଛି। ଆର୍ଥିକଅନ୍ତର୍ଭୂକ୍ତୀକରଣ କ୍ଷେତ୍ରରେ ଏହି ଯୋଜନା ବିଶ୍ୱସ୍ତରରେ ଏକ ଅନୁକରଣୀୟ ଉଦାହରଣରେ ପରିଣତ ହୋଇଛି। ବିଶ୍ୱରସର୍ବବୃହତ ଆର୍ଥିକ ଅନ୍ତର୍ଭୂକ୍ତୀକରଣ ପଦକ୍ଷେପ ଭାବେ ଏହି ଯୋଜନା ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ବ୍ୟାଙ୍କିଂସେବାର ସୁବିଧାକୁ ଆହୁରି ସହଜ ଓ ସୁଗମ କରିବାରେ ନୂଆ ଦିଗ ଦେଖାଇଚାଲିଛି।

ଆର୍ଥିକ ଅନ୍ତର୍ଭୂକ୍ତୀକରଣର ସମ୍ପ୍ରସାରଣ:
ଆର୍ଥିକ ସମାବେଶକୁ ସୁଦୃଢ଼ କରିବା ସହ ବିଭିନ୍ନ ଯୋଜନା ଓ ଜନସଚେତନତା କାର୍ଯ୍ୟକ୍ରମ ଜରିଆରେ ସମାଜର ଅବହେଳିତ ଓଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗଙ୍କୁ ସହାୟତା ଯୋଗାଇବା ପାଇଁ ଅର୍ଥ ମନ୍ତ୍ରଣାଳୟ ପ୍ରତିବଦ୍ଧ ରହିଛି। ପ୍ରଧାନମନ୍ତ୍ରୀଜନଧନ ଯୋଜନା ମାଧ୍ୟମରେ ବ୍ୟାଙ୍କିଙ୍ଗ୍‌ ସୁବିଧାରୁ ବଞ୍ଚିତ ପ୍ରତ୍ୟେକ ପ୍ରାପ୍ତବୟସ୍କ ବ୍ୟକ୍ତିଙ୍କୁ ଏକ ସାଧାରଣ ବ୍ୟାଙ୍କଖାତା ଖୋଲିବାର ସୁବିଧା ମିଳୁଛି। ଏଥିପାଇଁ କୌଣସି ସର୍ବନିମ୍ନ ଜମା ରାଶିର ଆବଶ୍ୟକତା ନାହିଁ କିମ୍ବା ଖାତା ରକ୍ଷଣାବେକ୍ଷଣପାଇଁ କୌଣସି ଶୁଳ୍କ ଦେବାକୁ ପଡ଼େ ନାହିଁ।ପ୍ରତ୍ୟେକ ଖାତାଧାରୀଙ୍କୁ ମାଗଣା ରୁପେ ଡେବିଟ୍ କାର୍ଡ ଏବଂ ୨ ଲକ୍ଷ ଟଙ୍କାର ଦୁର୍ଘଟଣାଜନିତ ବୀମା ସୁରକ୍ଷା ମିଳିଥାଏ। ଏହାଡିଜିଟାଲ୍ କାରବାରକୁ ପ୍ରେତ୍ସାହିତ କରିବା ସହ ଖାତାଧାରୀଙ୍କ ଆର୍ଥିକ ସୁରକ୍ଷାକୁ ମଧ୍ୟ ସୁଦୃଢ଼ କରୁଛି। ଏହାଛଡ଼ା, ଜରୁରୀସମୟରେ ଆର୍ଥିକ ସହାୟତା ଯୋଗାଇବା ପାଇଁ ଖାତାଧାରୀମାନେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ ସୁବିଧାପାଇପାରୁଛନ୍ତି।ପିଏମଜେଡିଓ୍ବାଇ ଖାତାଗୁଡ଼ିକ ଜନ ସୁରକ୍ଷା ଯୋଜନା ମାଧ୍ୟମରେ ଅସଂଗଠିତ କ୍ଷେତ୍ରର ଲକ୍ଷ ଲକ୍ଷ ଶ୍ରମିକଙ୍କୁ ଜୀବନ ଓଦୁର୍ଘଟଣା ବୀମା ସୁବିଧା ସହ ଯୋଡ଼ିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି। ଏଥିରେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅନ୍ତର୍ଭୁକ୍ତ। ଏହି ଅବସରରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି, “୨୮ ଅଗଷ୍ଟ ୨୦୧୪ରେ ମାନ୍ୟବର ପ୍ରଧାନମନ୍ତ୍ରୀ ଆର୍ଥିକ ଅନ୍ତର୍ଭୁକ୍ତୀକରଣର ଜାତୀୟ ମିଶନ, ଯାହାକି ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଭାବେ ଲୋକପ୍ରିୟ, ତାହାର ଶୁଭାରମ୍ଭ କରିଥିଲେ। ଆଜି ମୁଁ ଆନନ୍ଦିତ ଯେ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ତା’ର ଦ୍ବାଦଶ ବାର୍ଷିକୀ ପାଳନ କରୁଛି। ଆମେ ଏହି ଯୋଜନାକୁ କେବଳ ୫୯ କୋଟିରୁ ଅଧିକ ଆକାଉଣ୍ଟ ଖୋଲିବା, ୩.୧୭ ଲକ୍ଷ କୋଟି ଟଙ୍କାର ଜମା ରାଶି ହାସଲ କରିବା କିମ୍ବା ୪୧.୨୯ କୋଟି ମାଗଣା ରୁପେ କାର୍ଡ ଜାରି କରିବା ଦୃଷ୍ଟିରୁ ଦେଖିବା ଉଚିତ୍ ନୁହେଁ; ବରଂ ଦେଶର ବ୍ୟାଙ୍କିଙ୍ଗ୍ ଏବଂ ଆର୍ଥିକ କ୍ଷେତ୍ରରେ ଏହା ଆଣିଥିବା ପରିବର୍ତ୍ତନ ଦୃଷ୍ଟିରୁ ଦେଖିବା ଉଚିତ୍, ଯେଉଁଠାରେ ସମାଜର ଶେଷ ବ୍ୟକ୍ତି, ଗରିବତମ ବ୍ୟକ୍ତି ନିକଟରେ ମଧ୍ୟ ବିନା ବିଳମ୍ବରେ ଏବଂ ବିନା ମଧ୍ୟସ୍ଥିଙ୍କ ସହାୟତାରେ ଆର୍ଥିକ ସେବା ପହଞ୍ଚାଯାଇପାରିଛି।” “ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଅଧୀନରେ ୭୮% ଆକାଉଣ୍ଟ ଗ୍ରାମାଞ୍ଚଳ କିମ୍ବା ଅର୍ଦ୍ଧ-ସହରାଞ୍ଚଳରେ ଖୋଲାଯାଇଛି ଏବଂ ଏହାର ପ୍ରାୟ ୫୬% ଖାତା ମହିଳାମାନଙ୍କର ଅଟେ, ଯାହା ଏହି ଯୋଜନାର ପ୍ରାଥମିକତାକୁ ଦର୍ଶାଉଛି-ଯାହାର ଲକ୍ଷ୍ୟ ଥିଲାଦେଶର ସୁଦୂର ଅଞ୍ଚଳରେ ରହୁଥିବା ଅବହେଳିତ ଲୋକଙ୍କୁ ବିଧିବଦ୍ଧ ଆର୍ଥିକ କ୍ଷେତ୍ର ସହିତ ଯୋଡ଼ିବା।ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଲକ୍ଷ ଲକ୍ଷ ଲୋକଙ୍କୁ, ବିଶେଷକରି ସମାଜର ଅବହେଳିତ ଓ ବଞ୍ଚିତ ବର୍ଗଙ୍କୁ,ବ୍ୟାଙ୍କିଙ୍ଗ୍‌ ଓ ଆର୍ଥିକ ସେବାର ସୁବିଧା ପାଇବାରେ ସଶକ୍ତ କରିଛି। ବ୍ୟାଙ୍କ ଖାତା ଥିବାରୁ ସାଧାରଣ ଲୋକଙ୍କ ପାଇଁ ବୀମା ଓପେନ୍‌ସନ୍‌ ସୁରକ୍ଷା ପାଇବାର ରାସ୍ତା ସହଜ ହୋଇଛି। ପ୍ରତ୍ୟେକ ରାଜ୍ୟ ଓ ଜିଲ୍ଲାରେ ନିରନ୍ତର ଭାବେ ଚାଲିଥିବା ଅଭିଯାନଜରିଆରେ ଆମେ ପ୍ରାୟ ସାର୍ବଜନୀନ ଭାବେ ବ୍ୟାଙ୍କ ଖାତା ସୁବିଧା ପହଞ୍ଚାଇବା ଦିଗରେ ଆଗେଇଛୁ। ଏଥିସହିତ, ଯେଉଁମାନଙ୍କୁଏହି ସୁବିଧାର ସବୁଠାରୁ ଅଧିକ ଆବଶ୍ୟକ, ସେମାନଙ୍କ ପାଖରେ ବୀମା ଓ ପେନ୍‌ସନ୍‌ ଯୋଜନାର ସୁବିଧାକୁ ମଧ୍ୟ କ୍ରମାଗତ ଭାବେପହଞ୍ଚାଯାଇଛି।ପିଏମଜେଡିଓ୍ବାଇର ୧୨ତମ ବାର୍ଷିକୀ ଅବସରରେ, ଏହି ଯୋଜନାକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ଏବଂ ଏହାକୁ ଏକବଡ଼ ସଫଳତାରେ ପରିଣତ କରିବାରେ ସାରା ଦେଶରେ ନିୟୋଜିତ ବ୍ୟାଙ୍କ କର୍ମଚାରୀ ଓ ବିଜନେସ୍ କରେସପଣ୍ଡେଣ୍ଟମାନଙ୍କ
ଉଦ୍ୟମକୁ ମୁଁ ପ୍ରଶଂସା କରୁଛି।’’

ଜେଏଏମ ତ୍ରିରତ୍ନ: ଏକ ପରିବର୍ତ୍ତନକାରୀ ପଦକ୍ଷେପ
ଜନ-ଧନ, ଆଧାର ଏବଂ ମୋବାଇଲ୍ (ଜେଏଏମ) ତ୍ରିରତ୍ନ-ଯାହାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ରହିଛି, ତାହାସିଧାସଳଖ ଆର୍ଥିକ ସହାୟତା ପ୍ରଦାନ ପାଇଁ ଏକ ହେରଫେର-ମୁକ୍ତ ବ୍ୟବସ୍ଥା ଭାବରେ ପ୍ରମାଣିତ ହୋଇଛି। ଜେଏଏମମାଧ୍ୟମରେ, ସରକାର ମଧ୍ୟସ୍ଥି ଏବଂ ବିଳମ୍ବକୁ ଦୂର କରି, ଗରିବ ଓ ଅବହେଳିତ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖକଲ୍ୟାଣକାରୀ ଯୋଜନାର ସୁଫଳ ସଫଳତାର ସହ ହସ୍ତାନ୍ତର କରିପାରୁଛନ୍ତି।

ମୁଖ୍ୟ ସଫଳତା ଓ ଉପଲବ୍ଧି(୧୯ ଅଗଷ୍ଟ ୨୦୨୬ ସୁଦ୍ଧା)

କ. ପିଏମଜେଡିଓ୍ବାଇ ଖାତା: ୫୯.୦୯ କୋଟି
୧୯ ଅଗଷ୍ଟ ୨୦୨୬ ସୁଦ୍ଧା ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅଧୀନରେ ମୋଟ ୫୯.୦୯ କୋଟି ବ୍ୟାଙ୍କଖାତା ରହିଛି। ଏଥିମଧ୍ୟରୁ
୫୫.୭ ପ୍ରତିଶତ (୩୨.୯୨ କୋଟି) ଖାତାଧାରୀ ମହିଳା ଅଟନ୍ତି। ସେହିପରି, ୭୭.୮ ପ୍ରତିଶତ (୪୫.୯୫ କୋଟି) ଜନଧନ ଖାତା
ଗ୍ରାମୀଣ ଓ ଅର୍ଦ୍ଧ-ସହରାଞ୍ଚଳରେ ରହିଛି।

ଖ. ପିଏମଜେଡିଓ୍ବାଇ ଖାତାରେ ଜମା: ୩.୧୭ ଲକ୍ଷ କୋଟି ଟଙ୍କା
ଏହି ଯୋଜନା ଅଧିନରେ ଖୋଲାଯାଇଥିବା ଖାତାଗୁଡ଼ିକରେ ମୋଟ ୩,୧୬,୫୧୪ କୋଟି ଟଙ୍କାର ଜମା ରହିଛି। ଗତ ୧୨ ବର୍ଷ ମଧ୍ୟରେ
(ଅଗଷ୍ଟ ୨୦୧୫ରୁ ଅଗଷ୍ଟ ୨୦୨୬) ଖାତାରେ ଥିବା ଜମା ରାଶି ପ୍ରାୟ ୧୨.୮ ଗୁଣ ବୃଦ୍ଧି ପାଇଥିବାବେଳେ ଖାତା ସଂଖ୍ୟା ୨.୩ ଗୁଣ
ବଢ଼ିଛି।

ଗ. ପିଏମଜେଡିଓ୍ବାଇ ଖାତା ପିଛା ହାରାହାରି ଜମା ରାଶି –୫,୩୫୬ ଟଙ୍କା
୧୯ ଅଗଷ୍ଟ ୨୦୨୬ ସୁଦ୍ଧା ଏହି ଯୋଜନା ଖୋଲାଯାଇଥିବା ଖାତା ପିଛା ହାରାହାରି ଜମା ରାଶି ୫,୩୫୬ ଟଙ୍କା ଥିଲା। ଗତ ୧୨ ବର୍ଷ
ମଧ୍ୟରେ ଖାତା ପିଛା ହାରାହାରି ଜମା ରାଶି ୩.୪ ଗୁଣ ବୃଦ୍ଧି ପାଇଛି। ହାରାହାରି ଜମା ରାଶିର ଏହି ବୃଦ୍ଧି ଆକାଉଣ୍ଟଗୁଡ଼ିକର ଅଧିକ
ବ୍ୟବହାର ଏବଂ ଆକାଉଣ୍ଟଧାରୀମାନଙ୍କ ମଧ୍ୟରେ ସଞ୍ଚୟ ମନୋଭାବର ବୃଦ୍ଧିକୁ ଦର୍ଶାଉଛି।

ଘ. ପିଏମଜେଡିଓ୍ବାଇ ଖାତାଧାରୀଙ୍କୁ ଜାରି ରୁପେ କାର୍ଡ: ୪୧.୨୯ କୋଟି
ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଖାତାଧାରୀଙ୍କୁ ୪୧.୨୯ କୋଟି ରୁପେ କାର୍ଡ ଜାରି କରାଯାଇଛି। ସମୟକ୍ରମେ ରୁପେ କାର୍ଡର
ସଂଖ୍ୟା ସହ ଏହାର ବ୍ୟବହାର ମଧ୍ୟ ବୃଦ୍ଧି ପାଇଛି।ପ୍ରଧାନମନ୍ତ୍ରୀ ଜନଧନ ଯୋଜନାର ସଫଳତା ପଛରେ ଏହାର ମିଶନ୍ ମୋଡ୍‌ରେ କାର୍ଯ୍ୟାନ୍ୱୟନ, ନିୟାମକ ସଂସ୍ଥାଗୁଡ଼ିକରସମର୍ଥନ, ସରକାରୀ-ବେସରକାରୀ ଭାଗୀଦାରି ଏବଂ ବାୟୋମେଟ୍ରିକ୍ ଯାଞ୍ଚ ପାଇଁ ଆଧାର ଭଳି ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମିରସମନ୍ୱୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି।ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଦିଗରେ ଏହି ଯୋଜନା ଏବେ ମଧ୍ୟ ପ୍ରଥମ ପାହାଚ ଭାବେ କାର୍ଯ୍ୟ କରୁଛି। ପୂର୍ବରୁ ଔପଚାରିକଆର୍ଥିକ ବ୍ୟବସ୍ଥାରୁ ବାଦ ପଡ଼ିଥିବା ଲୋକଙ୍କୁ ସଞ୍ଚୟ ଓ ଋଣ ସୁବିଧା ଯୋଗାଇଏ କ୍ଷେତ୍ରରେ ଆହୁରି ଅଗ୍ରଗତି ହାସଲକରାଯାଉଛି। ଖାତାଧାରୀଙ୍କ ନିୟମିତ ସଞ୍ଚୟ ପ୍ରବୃତ୍ତି ଦୃଶ୍ୟମାନ ହେବା ପରେ ସେମାନେ ମୁଦ୍ରା ଋଣ ସମେତ ବିଭିନ୍ନ ଋଣପାଇବାକୁ ଯୋଗ୍ୟ ହେଉଛନ୍ତି। ଏହା ସେମାନଙ୍କୁ ଆୟ ବଢ଼ାଇବା ସହ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରୁଛି।ପିଏମଜେଡିଓ୍ବାଇ ଏହାର ୧୩ତମ ବର୍ଷରେ ପ୍ରବେଶ କରୁଥିବା ବେଳେ ମଧ୍ୟ ସମାବେଶୀ ବିକାଶ, ଡିଜିଟାଲ୍ ନବସୃଜନ ଓ ଆର୍ଥିକସଶକ୍ତୀକରଣର ଏକ ପ୍ରେରଣାଦାୟୀ ଉଦାହରଣ ଭାବେ ନିଜର ଯାତ୍ରା ଜାରି ରଖିଛି। ଏହାର ନିରନ୍ତର ସଫଳତା ଆର୍ଥିକ ସୁସ୍ଥତାଦିଗରେ ଭାରତର ଯାତ୍ରାରେ କୌଣସି ନାଗରିକ ଯେପରି ପଛରେ ନ ପଡ଼ନ୍ତି, ଏହି ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking