29.1 C
Bhubaneswar
Thursday, August 27, 2026
Homeଓଡିଶାରାଉରକେଲା ସର୍କିଟ୍‌ ହାଉସ୍‌ରୁ ବନ୍ଧୁକ ଜବତ ଘଟଣା: ବିହାରରୁ ଧରାପଡ଼ିଲା ମାଷ୍ଟର୍‌ମାଇଣ୍ଡ୍‌ ପ୍ରକାଶ ପାଶୱାନ

ରାଉରକେଲା ସର୍କିଟ୍‌ ହାଉସ୍‌ରୁ ବନ୍ଧୁକ ଜବତ ଘଟଣା: ବିହାରରୁ ଧରାପଡ଼ିଲା ମାଷ୍ଟର୍‌ମାଇଣ୍ଡ୍‌ ପ୍ରକାଶ ପାଶୱାନ

ରାଉରକେଲା: ରାଉରକେଲା ସର୍କିଟ୍‌ ହାଉସ୍‌ରୁ ବନ୍ଧୁକ ଜବତ ଘଟଣା, ବିହାରରୁ ଧରାପଡ଼ିଲା ମାଷ୍ଟର୍‌ମାଇଣ୍ଡ୍‌ ପ୍ରକାଶ ପାଶୱାନ । ବିହାର ସମସ୍ତିପୁର ଅଞ୍ଚଳରୁ ପ୍ରକାଶଙ୍କୁ ପୁଲିସ ଗିରଫ କରିଛି । ଆଜି ତାଙ୍କୁ ରାଉରକେଲା ଅଣାଯିବ ବୋଲି ସୂଚନା ମିଳିଛି । ସେପଟେ ପ୍ରକାଶଙ୍କ ବେଆଇନ ଘରକୁ ଭାଙ୍ଗିବା ପାଇଁ ଜିଲ୍ଲା ପ୍ରଶାସନ ଓ ବନ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଗତ ୧୪ ତାରିଖରେ ସର୍କିଟ୍‌ ହାଉସ୍‌ରୁ ୪ଟି ବନ୍ଧୁକ, ୧୧ଟି ଜୀବନ୍ତଗୁଳି ସହ ୨ ଜଣ ପେସାଦାର ଅପରାଧୀ ଗିରଫ ହୋଇଥିଲା । ପରବର୍ତ୍ତୀ ସମୟରେ ଆଉ ୭ ଜଣ ଅଭିଯୁକ୍ତ ଗିରଫ ହୋଇଥିବାବେଳେ ଏବେ ବି ଏକାଧିକ ଅଭିଯୁକ୍ତ ଫେରାର ଅଛନ୍ତି । ଏହି ଘଟଣା ପରେ ପ୍ରକାଶ ଫେରାର ହୋଇଯାଇଥିବା ବେଳେ ତାଙ୍କୁ ଆଜି ବିହାରରୁ ପୁଲିସ୍‌ ଗିରଫ କରିଥିବା ସୂଚନା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking