30.1 C
Bhubaneswar
Wednesday, August 26, 2026
Homeଓଡିଶା୭ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଛେଚିବ ବର୍ଷା

୭ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଛେଚିବ ବର୍ଷା

ଭୁବନେଶ୍ୱର: ଆସୁଛି ବଡ ବର୍ଷା, ପ୍ରବଳ ବର୍ଷିବ। ୭ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଛେଚିବ ବର୍ଷା। ଆସନ୍ତା ୨୪ ଘଣ୍ଟା ପାଇଁ ମୟୂରଭଞ୍ଜ, ବଲେଶ୍ବର, ଭଦ୍ରକରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ। ଉତ୍ତର, ପଶ୍ଚିମ ଓ ଉପକୂଳ ଓଡି଼ଶାର ୨୧ ଜିଲ୍ଲାରେ ବିଜୁଳି ଘଡ଼ଘଡି଼ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୨୭ ଓ ୨୮ ତାରିଖରେ ଉତ୍ତର, ଉପକୂଳ ଓଡି଼ଶାରେ ବର୍ଷା ସମ୍ଭାବନା ରହିଛି। ୨୯ରୁ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ବର୍ଷା ନେଇ ଆଲର୍ଟ ଜାରି କରିଛି। ଉତ୍ତର ଏବଂ ପଶ୍ଚିମ ଓଡି଼ଶାରେ କିଛି ଜିଲ୍ଲାରେ ୧୨ରୁ ୨୦ ସେଣ୍ଟି ମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking