32.1 C
Bhubaneswar
Wednesday, August 26, 2026
Homeଓଡିଶାଦେଶୀ ଡଙ୍ଗା ଓଲଟି ୨ ନିଖୋଜ: ୬ ଉଦ୍ଧାର

ଦେଶୀ ଡଙ୍ଗା ଓଲଟି ୨ ନିଖୋଜ: ୬ ଉଦ୍ଧାର

ବାଲିଗୁଡ଼ା : ଦେଶୀ ଡଙ୍ଗା ଓଲଟି ୨ ନିଖୋଜ, ୬ ଉଦ୍ଧାର । କନ୍ଧମାଳ ବାଲିଗୁଡା ଥାନା ଡାକା ଗାଁ ନିକଟ ଖଡଗ ନଦୀରେ ଅଘଟଣ l ଖଡଗ ନଦୀ ମଝିରେ ଭାରସାମ୍ୟ ହରାଇ ଓଲଟିଲା ଡ଼ଙ୍ଗା l ଡ଼ଙ୍ଗା ଓଲଟି ନଦୀର ପ୍ରଖର ସ୍ରୋତରେ ଭାସିଗଲେ ୮ ଜଣ ଯାତ୍ରୀ l ତେବେ ୬ ଜଣଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଥିବା ବେଳେ ଶ୍ବଶୁର ଓ ବୋହୂ ନିଖୋଜ ଅଛନ୍ତି l ନିଖୋଜ ୨ ଜଣ ହେଲେ ବାଲିଗୁଡା ଥାନା ପଲାମୀ ଗାଁର ଗୁନ୍ଦାନା ମଳିକ ଓ ତାଙ୍କ ବୋହୂ ରାଇଙ୍ଗୀ ମଳିକ ।ମଙ୍ଗଳବାର ଅପରାହ୍ନରେ ଶୁଦ୍ଧ କାର୍ଯ୍ୟ ସାରି ଖଡଗ ନଦୀ ପାର ହୋଇ ନିଜ ଗାଁକୁ ଫେରିବା ସମୟରେ ଏହି ଅଘଟଣ ଘଟିଛି। ଫିରିଙ୍ଗିଆ ଥାନା ଏଜକ ଗାଁକୁ ଏକ ଶୁଦ୍ଧ କାର୍ଯ୍ୟରେ ଯୋଗ ଦେବାକୁ ସପରିବାର ଯାଇଥିଲେ l ଶୁଦ୍ଧ କାର୍ଯ୍ୟ ସାରି ଡ଼ଙ୍ଗାରେ ଖଡଗ ନଦୀ ପାର ହୋଇ ଫେରୁଥିବା ବେଳେ ହଠାତ ଡ଼ଙ୍ଗା ଓଲଟି ପଡ଼ିଥିଲା l ସେପଟେ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ବି ନିଖୋଜ ଶ୍ବଶୁର ଓ ବୋହୂଙ୍କ ସନ୍ଧାନ ମିଳିନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking