ଭୁବନେଶ୍ୱର: ରେଡି ବ୍ୟାରେଜ୍ ନିର୍ମାଣ ଓ ସଂପ୍ରସାରଣ ପାଇଁ ଆନ୍ଧ୍ରପ୍ରଦେଶକୁ ୧୦୬ ଏକର ଜମି ଯୋଗାଇଦେବେ ଓଡ଼ିଶା ସରକାର । ଆସନ୍ତା ଏକ ବର୍ଷ ମଧ୍ୟରେ ଓଡ଼ିଶା ପକ୍ଷରୁ ଏହି ଜମି ଆନ୍ଧ୍ରପ୍ରଦେଶକୁ ହସ୍ତାନ୍ତର କରାଯିବ ।ଏହି ପ୍ରକଳ୍ପ ଯୋଗୁଁ ପ୍ରଭାବିତ ହେବାକୁଥିବା ଅଞ୍ଚଳ ଓ ଜମି ପାଇଁ ଆବଶ୍ୟକୀୟ କ୍ଷତିପୂରଣ ପ୍ରଦାନ କରିବେ ଆନ୍ଧ୍ରପ୍ରଦେଶ ସରକାର । ଆସନ୍ତା ୨୮ ତାରିଖରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଏକ ଯୁଗ୍ମ କମିଟି ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି ମିଳିତ ଭାବେ ଅନୁଧ୍ୟାନ କରିବ ।ବହୁଦିନର ବିବାଦ ପରେ ଟ୍ରିବ୍ୟୁନାଲ୍ ପକ୍ଷରୁ ନେରେଡି ବ୍ୟାରେଜ୍ ନିର୍ମାଣ ପାଇଁ ସବୁଜ ସଂକେତ ମିଳିଥିଲା । ଏବେ ଦୁଇ ରାଜ୍ୟର ମିଳିତ ପଦକ୍ଷେପ ପରେ ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପର କାମ ଆଗକୁ ବଢ଼ିବାକୁ ଯାଉଛି ।










