33.1 C
Bhubaneswar
Tuesday, August 25, 2026
Homeଦେଶ ବିଦେଶତରୁଣ ତେଜପାଲଙ୍କୁ ୨ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ତରୁଣ ତେଜପାଲଙ୍କୁ ୨ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ୨୦୧୩ ଯୌନ ନିର୍ଯାତନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ପାଇଥିବା ”ତେହେଲକା”ର ପୂର୍ବତ୍ତନ ସମ୍ପାଦକ ତରୁଣ ତେଜପାଲଙ୍କୁ ମଙ୍ଗଳବାର ସୁପ୍ରିମକୋର୍ଟ ବଡ଼ ଝଟ୍କା ଦେଇଛନ୍ତି। ଅପିଲର ଶୁଣାଣି ପୂର୍ବରୁ ଜେଲରେ ଆତ୍ମସମର୍ପଣ ନ କରିବା ପାଇଁ ସେ କରିଥିବା ଆବେଦନକୁ କୋର୍ଟ ଖାରଜ କରିଦେବା ସହ ଦୁଇ ସପ୍ତାହ ମଧ୍ୟରେ ସରେଣ୍ଡର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଜଷ୍ଟିସ୍ ଆଲୋକ ଅରାଧେଙ୍କ ଖଣ୍ଡପୀଠ ତେଜପାଲଙ୍କ ଆବେଦନକୁ ଅଗ୍ରାହ୍ୟ କରି ଆତ୍ମସମର୍ପଣ ପ୍ରମାଣପତ୍ର ଦାଖଲ କରିବାକୁ କହିଛନ୍ତି। ସେପ୍ଟେମ୍ବର ୨୨ କିମ୍ବା ତା’ ପୂର୍ବରୁ ଏହି ସାର୍ଟିଫିକେଟ୍ ଦାଖଲ ହେଲେ, ସେହି ଦିନ ତାଙ୍କ ଅପିଲର ଶୁଣାଣି ତାଲିକାଭୁକ୍ତ କରାଯିବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ତେଜପାଲଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଳ ସିବଲ ଓ ଅମନ ଲେଖୀ କୋର୍ଟରେ ଯୁକ୍ତି ଦର୍ଶାଇଥିଲେ ଯେ, ଅପିଲ୍ ଶୁଣାଣି ପୂର୍ବରୁ ଆସାମୀ ଆତ୍ମସମର୍ପଣ କରିବା କୌଣସି ଆଇନଗତ ବାଧ୍ୟତାମୂଳକ ନୁହେଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking