28.1 C
Bhubaneswar
Friday, August 21, 2026
Homeଓଡିଶାବନ୍ୟା ପରେ ପରିବା ବଜାରରେ ନିଆଁ

ବନ୍ୟା ପରେ ପରିବା ବଜାରରେ ନିଆଁ

ଭୁବନେଶ୍ୱର: ବନ୍ୟା ପରେ ଏବେ ହୁ ହୁ ବଢ଼ି ଚାଲିଛି ପରିବା ଦର । ରାଜ୍ୟର ବିଭିନ୍ନ ସ୍ଥାନରେ ପରିବା ଦର ଆକାଶଛୁଆଁ ହୋଇଥିବା ବେଳେ କଟକ ଛତ୍ରବଜାରରେ ମଧ୍ୟ ଏହାର ପ୍ରଭାବ ସ୍ପଷ୍ଟ ଦେଖିବାକୁ ମିଳୁଛି । ବନ୍ୟା ଯୋଗୁଁ ରାଜ୍ୟର ଶହ ଶହ ହେକ୍ଟର ପରିବା ଚାଷ ଜମି ପ୍ରଭାବିତ ହୋଇଛି । ଅନେକ ସ୍ଥାନରେ ଚାଷ ଜମିରେ ପାଣି ପଶି ପରିବା ନଷ୍ଟ ହୋଇଯାଇଛି । ଫଳରେ ବଜାରକୁ ପରିବାର ଯୋଗାଣ କମିଛି । ଆଉ ଯୋଗାଣ କମିବା ସହ ଦର ବଢ଼ିବାରେ ଲାଗିଛି । ଅନ୍ୟପଟେ ଏବେ ଶ୍ରାବଣ ମାସ ଚାଲିଥିବାରୁ ପରିବାର ଚାହିଦା ମଧ୍ୟ ବଢ଼ିଛି । ତେଣୁ ଗୋଟିଏ ପଟେ ବନ୍ୟାରେ ଚାଷ ନଷ୍ଟ, ଅନ୍ୟପଟେ ବଢ଼ୁଥିବା ଚାହିଦା—ଦୁଇଟିର ପ୍ରଭାବ ସିଧାସଳଖ ପଡ଼ିଛି ବଜାର ଦର ଉପରେ । ଏବେ ପରିବା କିଣିବାକୁ ଯାଇ ଖାଉଟିଙ୍କୁ ଅଧିକ ଟଙ୍କା ଗଣିବାକୁ ପଡ଼ୁଛି ।ବନ୍ୟା ପରେ ଚାଷୀଙ୍କ କ୍ଷେତରେ କ୍ଷତି ଓ ବଜାରରେ ଦର ବୃଦ୍ଧି—ଦୁଇପଟୁ ସମସ୍ୟାରେ ପଡ଼ିଛନ୍ତି ଲୋକେ । ଆଗକୁ ପରିବାର ଯୋଗାଣ ସ୍ୱାଭାବିକ ନହେଲେ ଦର ଆହୁରି ବଢ଼ିବା ନେଇ ଆଶଙ୍କା ରହିଛି । ବନ୍ୟାର ପ୍ରଭାବ କେବଳ ଚାଷୀଙ୍କ କ୍ଷେତରେ ନୁହେଁ, ଏବେ ତାହାର ପ୍ରଭାବ ସିଧାସଳଖ ଖାଉଟିଙ୍କ ରୋଷେଇ ଘର ଉପରେ ପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking