31.1 C
Bhubaneswar
Thursday, August 20, 2026
Homeଓଡିଶାବଜେଟର ବ୍ୟବସ୍ଥା ନଥାଇ ପ୍ରତି ପଞ୍ଚାୟତକୁ ୩ କୋଟି ଘୋଷଣା କେବଳ ଏକ ଭେଳିକି: ବିଜେଡି

ବଜେଟର ବ୍ୟବସ୍ଥା ନଥାଇ ପ୍ରତି ପଞ୍ଚାୟତକୁ ୩ କୋଟି ଘୋଷଣା କେବଳ ଏକ ଭେଳିକି: ବିଜେଡି

ବନ୍ୟା ପ୍ରଭାବିତଙ୍କୁ ସହାୟତା ପ୍ରଦାନରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ
୨ ବର୍ଷରେ ରାଜ୍ୟ ସରକାର ୧,୩୮,୦୦୦ କୋଟି ଟଙ୍କା ଋଣ କରିଛନ୍ତି
ଲୋକନିନ୍ଦାରୁ ରକ୍ଷା ପାଇବା ପାଇଁ ଏହି ଘୋଷଣା

ଭୁବନେଶ୍ୱର: ପ୍ରତି ପଞ୍ଚାୟତକୁ ୩ କୋଟି ଟଙ୍କା ଅନୁଦାନ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଘୋଷଣା କରିଥିବା ବେଳେ ବିଜୁ ଜନତା ଦଳ ଏହାକୁ ରାଜ୍ୟ ସରକାରଙ୍କର ଆଉ ଏକ ଭେଳିକି ବୋଲି କହିଛି । ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର ହୋଇଥିବା ବେଳେ, ବନ୍ୟା ପ୍ରଭାବିତ ଲୋକଙ୍କୁ ସହାୟତା ଦେବାରେ ବିଫଳ ହୋଇଥିବାରୁ, ଲୋକନିନ୍ଦାରୁ ରକ୍ଷା ପାଇବା ପାଇଁ ଏହି ଭେଳିକି କରିଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ଆଜି ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ଯେ, ବଜେଟ୍ରେ କୌଣସି ବ୍ୟବସ୍ଥା ନଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା କେବଳ ଏକ ଭେଳିକି ଛଡ଼ା କିଛି ନୁହେଁ । ରାଜ୍ୟର ବଜେଟ୍ରେ ବିଭିନ୍ନ ବିଭାଗକୁ ପ୍ରଦାନ କରାଯାଇଥିବା ଟଙ୍କା ଖର୍ଚ୍ଚ ହୋଇନପାରି ପଡ଼ି ରହୁଥିବା ବେଳେ, ଆଜିର ଏହି ଘୋଷଣା କେବଳ ରାଜ୍ୟବାସୀଙ୍କୁ ଭ୍ରମିତ କରିବା ପାଇଁ ଉଦ୍ଦିଷ୍ଟ । ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ୨ ବର୍ଷରେ ବିଜେପିର ଶାସନରେ ୧,୩୮,୦୦୦ କୋଟି ଟଙ୍କା ଋଣ ହୋଇଛି । ବିଜେପି ସରକାରଙ୍କ ଦ୍ୱାରା ନିଆଯାଇଥିବା ଏହି ଋଣର ସିଂହଭାଗ ଖୋଲା ବଜାରରୁ ଅଧିକ ସୁଧରେ ନିଆଯାଇଛି, ଯାହା ରାଜ୍ୟର ଆର୍ଥିକ ବୋଝ ବୃଦ୍ଧି କରିଛି । ପ୍ରତି ପଞ୍ଚାୟତକୁ ୩ କୋଟି ପ୍ରଦାନ କଲେ ରାଜ୍ୟକୁ ସମୁଦାୟ ପ୍ରାୟ ୨୧ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ରାଜ୍ୟ ବଜେଟ୍ରେ ବ୍ୟବସ୍ଥା ନଥିବା ବେଳେ, ଏହି ୨୧ ହଜାର କୋଟି ଟଙ୍କା କେଉଁଠାରୁ ଆସିବ ତାର କୌଣସି ସ୍ପଷ୍ଟତା ନାହିଁ । ବିଜେପି ସରକାରଙ୍କ ସମୟରେ ହୋଇଥିବା ଅଧିକାଂଶ ଘୋଷଣା କାର୍ଯ୍ୟକାରୀ ହୋଇପାରୁ ନାହିଁ । ରାଜ୍ୟରେ ବିକାଶ କାର୍ଯ୍ୟ ଠପ୍ ହୋଇଛି । ବନ୍ୟାରେ ପ୍ରଭାବିତ ଲୋକଙ୍କୁ ସହାୟତା ପ୍ରଦାନରେ ସରକାର ବିଫଳ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜିର ୩ କୋଟି ଘୋଷଣା କେବଳ ଭେଳିକି ଛଡ଼ା ଆଉ କିଛି ନୁହେଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking