34.1 C
Bhubaneswar
Thursday, August 20, 2026
Homeଓଡିଶାବୈତରଣୀ ପାୱାର ପ୍ରୋଜେକ୍ଟସକୁ କାରଣ ଦର୍ଶାଅ ନୋଟିସ୍

ବୈତରଣୀ ପାୱାର ପ୍ରୋଜେକ୍ଟସକୁ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ୱର: ବୈତରଣୀ ନଦୀର ତଳମୁଣ୍ଡରେ ଅନିୟନ୍ତ୍ରିତ ବନ୍ୟା ପରିସ୍ଥିତି ସୃଷ୍ଟି କରିବା ଅଭିଯୋଗରେ ବୈତରଣୀ ପାୱାର ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡକୁ କାରଣ ଦର୍ଶାଅ ନୋଟିସ। ଜଳସମ୍ପଦ ବିଭାଗ ପକ୍ଷରୁ ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଇଞ୍ଜିନିୟରଙ୍କୁ ଏ ସମ୍ପର୍କରେ ଚିଠି ଲେଖି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବୈତରଣୀ ପାୱାର ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟ୍‌ଡ ସଂସ୍ଥା ବୈତରଣୀ କ୍ଷୁଦ୍ର ଜଳବିଦ୍ୟୁତ ଉତ୍ପାଦନ ପାଇଁ ପିକ ଫ୍ଲଡ ଏବଂ ଫ୍ଲାସ ଫ୍ଲଡ ସମୟରେ ମନମୁଖୀ ଓ ଅନିୟମିତ ଭାବେ ବ୍ୟାରେଜ ଗେଟ ଗୁଡିକୁ ଖୋଲୁଛି । ଏହି ବେପରୁଆ କାର୍ଯ୍ୟ ଯୋଗୁଁ ନଦୀର ତଳମୁଣ୍ଡ ଅଞ୍ଚଳରେ ଜଳସ୍ତର ହଠାତ ବୃଦ୍ଧି ପାଇ କ୍ରୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି।ଏପରି ଦାୟିତ୍ୱହୀନ ଭାବେ ଗେଟ ପରିଚାଳନା କରିବା ଯୋଗୁଁ କମ୍ପାନୀ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। ସେନେଇ ସ୍ପଷ୍ଟୀକରଣ ମଗାଯାଇଛି। ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ବ୍ୟାରେଜକୁ ସମ୍ପୁର୍ଣ୍ଣ ଖାଲି କରିବା ପାଇଁ କମ୍ପାନୀକୁ ନିର୍ଦ୍ଦେଶ ଦେବାକୁ କୁହାଯାଇଛି । ଯାହାଦ୍ୱାରା ତଳମୁଣ୍ଡ ଅଞ୍ଚଳ ଜଳମଗ୍ନ ହେବାରୁ ରକ୍ଷା ପାଇପାରିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking