27.1 C
Bhubaneswar
Tuesday, August 18, 2026
Homeଓଡିଶାପ୍ରାଣିସମ୍ପଦର ସୁରକ୍ଷା ଆମର ପ୍ରାଥମିକତା

ପ୍ରାଣିସମ୍ପଦର ସୁରକ୍ଷା ଆମର ପ୍ରାଥମିକତା

– ୮୯୪୭୪ ପ୍ରାଣିପାଳକଙ୍କର ୪୮୨୪୫୭ ପ୍ରାଣୀ ପ୍ରଭାବିତ
– ୪୮ଟି ରାପିଡ୍ ରେସପନ୍ସ ଟିମ୍ ମୁତୟନ
– ୧୨୯ଟି ପ୍ରାଣୀ ସ୍ଵାସ୍ଥ୍ୟ ଚିକିତ୍ସା ଶିବିର ଆୟୋଜନ

ଭୁବନେଶ୍ୱର: ବନ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରାଣୀ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି । ଯଥେଷ୍ଟ ପରିମାଣର ଗୋ ଖାଦ୍ୟ ମହଜୁଦ ଥିବା ବେଳେ ବନ୍ୟା ପ୍ରଭାବିତ ଜିଲ୍ଲାର ଆବଶ୍ୟକତା ଅନୁସାରେ ତୁରନ୍ତ ଖାଦ୍ୟ ଯୋଗାଇ ଦିଆଯାଉଛି । ବନ୍ୟାକୁ ଦୃଷ୍ଟିରେ ରଖି ପ୍ରାଣିସମ୍ପଦର ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ମାନ୍ୟବର ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଗୁରୁତ୍ଵାରୋପ କରିଛନ୍ତି ।

ଚଳିତ ବନ୍ୟା (ଦ୍ଵିତୀୟ ପର୍ଯ୍ୟାୟ)ରେ ୮୯୪୭୪ ପ୍ରାଣିପାଳକଙ୍କର ୪୮୨୪୫୭ ପ୍ରାଣୀ ଓ ୫୧୮୮୫ କୁକୁଡ଼ା ପ୍ରଭାବିତ ହୋଇଛନ୍ତି । ଏହି ବନ୍ୟା ପ୍ରଭାବିତ ଅଞ୍ଚଳରେ ଜରୁରୀକାଳୀନ ସେବା ପାଇଁ ୪୮ ଟି ରାପିଡ୍ ରେସପନ୍ସ ଟିମ ମୁତୟନ କରାଯାଇଥିବା ବେଳେ ୧୨୯ ଟି ପ୍ରାଣୀ ସ୍ଵାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି । ୧୭୭ ଟି ପ୍ରାଣୀଙ୍କୁ ସ୍ଥାନାନ୍ତରଣ କରାଯାଇ ୧୦ଟି ସ୍ଥାନରେ ଆଶ୍ରୟ ଦିଆଯାଇଛି । ବନ୍ୟା ପ୍ରଭାବିତ ଗ୍ରାମଗୁଡିକରେ ୫୧୨୬ ଟି ପ୍ରାଣିଙ୍କୁ ଚିକିତ୍ସା ପ୍ରଦାନ କରାଯାଇଥିବା ବେଳେ ୧୧୪୫୦ ଟି ପ୍ରାଣୀଙ୍କୁ ବନ୍ୟା ପରବର୍ତ୍ତୀ ଟିକାକରଣ କରାଯାଇଛି । ବନ୍ୟା ସହାୟତା ପ୍ୟାକେଜ୍ ପ୍ରସ୍ତୁତି ପାଇଁ ରାଜ୍ୟ, ଜିଲ୍ଲା ଓ ବ୍ଲକ୍ ସ୍ତରରେ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି । ପ୍ରାଣୀଙ୍କ ସୁରକ୍ଷା ଓ ପ୍ରାଣିପାଳକଙ୍କୁ ଉଚିତ କ୍ଷତି ପୂରଣ ଦେବା ପାଇଁ ମନ୍ତ୍ରୀ ଶ୍ରୀ ମଲ୍ଲିକ ନିର୍ଦ୍ଦେଶ ଦେଇଛନ୍ତି ।

ବନ୍ୟା ପ୍ରଭାବିତ ଜିଲ୍ଲା ଗୁଡିକୁ ୪୦୫.୮୫ ମେଟ୍ରିକ ଟନ ଗୋ ଖାଦ୍ୟ ଯୋଗାଇ ଦିଆଯାଇଥିବା ବେଳେ ୨୫.୩୫ କ୍ଵିଣ୍ଟାଲ ସବୁଜ ଚାରା, ୧.୧୫ କ୍ଵିଣ୍ଟାଲ ଶୁଖିଲା ଚାରା, ୪ କ୍ଵିଣ୍ଟାଲ ରାଇସ୍ ବ୍ରାନ୍ ବଣ୍ଟନ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ଗଣମାଧ୍ୟମକୁ ସୂଚନା ଦେବା ଅବସରରେ ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking