27.1 C
Bhubaneswar
Tuesday, August 18, 2026
Homeଓଡିଶାରାସ୍ତାକଡ଼କୁ ଓଲଟିଲା ବସ୍: ୨୦ ଆହତ

ରାସ୍ତାକଡ଼କୁ ଓଲଟିଲା ବସ୍: ୨୦ ଆହତ

ଭୁବନେଶ୍ୱର: ନୟାଗଡ ଜିଲ୍ଲାରେ ଏକ ବସ୍ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଓଲଟି ପଡ଼ିବା ଫଳରେ ପ୍ରାୟ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ପାଣ୍ଡୁସର ନିକଟରେ ଏହି ଦୁର୍ଘଟଣା ଘଟିଥିଲା।ସୂଚନା ଅନୁଯାୟୀ, ଯାତ୍ରୀବାହୀ ବସ୍ ‘ଚକାଡୋଳା’ ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ନେଇ ଦାରିଙ୍ଗବାଡିରୁ ଭୁବନେଶ୍ୱର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ବିପରୀତ ପାର୍ଶ୍ୱରୁ ଆସୁଥିବା ଦୁଇ ବାଇକ୍ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ବସ୍ ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।ଆହତମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି। ସେମାନଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତ ଯାତ୍ରୀମାନଙ୍କୁ ନୟାଗଡ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ପୋଲିସ ଏବଂ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ସମସ୍ତ ଆହତଙ୍କୁ ବସ୍ ରୁ ବାହାର କରି ହସ୍ପିଟାଲ ପଠାଯାଇଛି। ତେବେ ଦୁର୍ଘଟଣାର ସଠିକ୍ କାରଣ ଜାଣିବା ପାଇଁ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking