ଭୁବନେଶ୍ୱର: ଜାତୀୟ ପତାକା ରାଷ୍ଟ୍ରର ପ୍ରତୀକ ଅଟେ । ଜାତୀୟ ପତାକାର ସୁରକ୍ଷା ଏବଂ ସମ୍ମାନ ପାଇଁ ଆମେ ସମସ୍ତେ ପ୍ରତିଶୃତିବଦ୍ଧ । କିନ୍ତୁ ବିଜେଡି ରାଜ୍ୟସଭା ସାଂସଦ ଶ୍ରୀମତି ସୁଲତା ଦେଓ ନ୍ୟାସନାଲ ପ୍ଲାଗ କୋର୍ଡ ଉଲ୍ଲଂଘନ କରିବା ସହ ବିଜେପି ରାଷ୍ଟୀୟ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ଶ୍ରୀ ନୀତିନ ନବୀନଙ୍କ ଭାବମୂର୍ତିକୁ କ୍ଷୁର୍ଣ୍ଣ କରିଛନ୍ତି । ତେଣୁ ତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପିର ଏକ ପ୍ରତିନିଧିମଣ୍ଡଳୀ ଆଜି ଭୁବନେଶ୍ୱର କାପିଟାଲ ଥାନାରେ ଏତଲା ଦେଇଛନ୍ତି ।ବିଜେପି ରାଷ୍ଟୀୟ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ଶ୍ରୀ ନୀତିନ ନବୀନଙ୍କ ହର୍ ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅବସରରେ ସେ ଉତୋଳନ କରିଥିବା ଜାତୀୟ ପତାକାକୁ AIର ଦୁରୁପଯୋଗ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ସହ ଅତ୍ୟନ୍ତ ଅଶାଳୀନ ମନ୍ତବ୍ୟ ଦେଇଛନ୍ତି । ଏହା ଏକ ସମ୍ପୂର୍ଣ୍ଣ ଦଣ୍ଡନୀୟ ଅପରାଧ ହୋଇଥିବାବେଳେ ଭାରତୀୟ ଜନତା ପାର୍ଟିର କୋଟି କୋଟି କାର୍ଯ୍ୟକର୍ତା ଓ ଶୁଭେଛୁମାନଙ୍କ ଭାବନକୁ ଘୋର ଆଘାତ ଦେଇଛି । ଶ୍ରୀମତୀ ଦେଓ ଏହି ପ୍ରକାର ସାମାଜିକ ଗଣମାଧ୍ୟମକୁ ବିଭିନ୍ନ ସମୟରେ ଅପବ୍ୟବହାର କରି ବିଜେପିର ନେତାମାନଙ୍କୁ ଅପମାନିତ କରୁଛନ୍ତି । ସେମାନଙ୍କ ଚରିତ୍ର ସଂହାର କରିବା ପାଇଁ ଉଦ୍ୟମ କରୁଛନ୍ତି । ଏ ସମସ୍ତ ବିଷୟକୁ ତଦନ୍ତ କରି ଜାତୀୟ ପତାକାର ଅପମାନ କରୁଥିବା ତଥା ସମାଜରେ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କର ଚରିତ୍ର ସଂହାର କରୁଥିବା ଏପ୍ରକାର ବ୍ୟକ୍ତିମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେପି ପ୍ରତିନିଧିମଣ୍ଡଳୀ ପକ୍ଷରୁ ଦାବି କରାଯାଇଛି । ଏହି ପ୍ରତିନିଧି ମଣ୍ଡଳୀରେ ରାଜ୍ୟ ପାନେଲିଷ୍ଟ ଶତରୁପା ମିଶ୍ର, ତୃପ୍ତିମୟୀ ମକଦ୍ଦମ, ଅଜିତ ଦାଶ, ଅର୍ଚ୍ଚନା ବେହେରା, ସୁପ୍ରିୟା ରଥ ପ୍ରମୁଖ ଉପସ୍ଥିତ ଥିଲେ ।










