27.1 C
Bhubaneswar
Saturday, August 15, 2026
Homeଓଡିଶାଅପହୃତ ବ୍ୟବସାୟୀ ଭୁବନେଶ୍ୱରରୁ ଉଦ୍ଧାର

ଅପହୃତ ବ୍ୟବସାୟୀ ଭୁବନେଶ୍ୱରରୁ ଉଦ୍ଧାର

ଭୁବନେଶ୍ୱର: ବଲାଙ୍ଗିରର ଅପହୃତ ବ୍ୟବସାୟୀ ଭୁବନେଶ୍ୱରରୁ ଉଦ୍ଧାର । ଅପହରଣ ୨୪ ଘଣ୍ଟା ଭିତରେ ଖଣ୍ଡଗିରି ଥାନା ଅଞ୍ଚଳରୁ ନରେନ୍ଦ୍ର ସାହୁ ଓରଫ ଗୁଣ୍ଡାଙ୍କୁ  ଉଦ୍ଧାର କଲା ବଲାଙ୍ଗୀର ପୋଲିସ । ବ୍ୟବସାୟୀଙ୍କୁ ୬ରୁ ୭ ଜଣ ଅପହରଣ କରିନେଇଥିବା ସୂଚନା ମିଳିଛି ।  ସୂଚନାଯୋଗ୍ୟ,ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ନରେନ୍ଦ୍ର ସାହୁ (ଗୁଣ୍ଡା)ଙ୍କୁ କିଛି ଲୋକ ଅପହରଣ କରିଥିବା ପରିବାର ଲୋକେ ସନ୍ଦେହ କରି ବଲାଙ୍ଗୀର ଟାଉନ ଥାନାରେ ଶୁକ୍ରବାର ରାତିରେ ଅଭିଯୋଗ କରିଥିଲେ। ବଲାଙ୍ଗୀର ଏସ୍‌ପି ଅଭିଳାଷ ଜୀଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଟିମ୍‌ ଏହି ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି। ଶନିବାର ଭୁବନେଶ୍ୱର ନିକଟରେ ପୋଲିସ ଅପହରଣକାରୀ ଟିମ୍‌ର ଲୋକେସନ୍‌ ଟ୍ରାକ୍‌ କରିଥିବା ଜଣାପଡିଛି। ତେବେ କେଉଁ କାରଣରୁ ତାଙ୍କୁ ଅପହରଣ କରାଯାଇଛି ସ୍ପଷ୍ଟ ହୋଇନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking