29.1 C
Bhubaneswar
Saturday, August 15, 2026
Homeଓଡିଶାବିପଦ ସଂକେତ ଟପିଲା ସୁବର୍ଣ୍ଣରେଖା ,ପୁଣି ବନ୍ୟା ଭୟ !

ବିପଦ ସଂକେତ ଟପିଲା ସୁବର୍ଣ୍ଣରେଖା ,ପୁଣି ବନ୍ୟା ଭୟ !

ଭୁବନେଶ୍ୱର: ବିପଦ ସଂକେତ ଟପିଲା ସୁବର୍ଣ୍ଣରେଖା । ରାଜଘାଟ ଠାରେ ବିପଦ ସଂକେତ ୧୦. ୩୬ ମିଟର ଥିଲା ବେଳେ ଦିନ ଗୋଟାଏ ବେଳକୁ ଜଳସ୍ତର ୧୦. ୩୯ମିଟର ଉପରେ ପ୍ରବାହିତ ହେଉଛି ବନ୍ୟା ପାଣି । ବର୍ତ୍ତମାନ ସମୟରେ ତଳିଆ ଅଂଚଳ ବାଲିଆପାଳ ବ୍ଲକ ଚୌଧୁରୀକୁଦ ଚଟଣାରେ ୨ଫୁଟ ଉଚ୍ଚରେ ବନ୍ୟାପାଣି ପ୍ରବାହିତ ହେଉଛି । ସେପଟେ ଏବେବି ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ପାଣି । ମାଥାନି ଠାରେ ବିପଦ ସଂକେତ ୬. ୫୦ମିଟର ଥିଲା ବେଳେ ସକାଳ୬ଟା ସୁଦ୍ଧା ଜଳସ୍ତର ୬. ୯୮ ମିଟରରେ ପ୍ରବାହିତ ହେଉଛି । ଜଳକା ନଦୀର ଦ୍ଵିତୀୟ ବନ୍ୟା ଆସିବାରୁ ବସ୍ତା ବ୍ଲକର ୧୦ଟି ପଂଚାୟତ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ୩୦ରୁ ଅଧିକ ଗାଁ ଏବେବି ବାହ୍ୟ ଜଗତରୁବିଛିନ୍ନ ହୋଇ ରହିଛି । ଅନେକ ଘରେ ପାଣି ପଶିଛି, ଅନେକ ଘରର କାନ୍ଥ ଭାଙ୍ଗିଛି । ହଜାର ହଜାର ହେକ୍ଟର ଚାଷ ଜମିରେ ପାଣିର ଲହଡି ମାରୁଛି । ଆଗକୁ ପୁଣି ଏକ ଲଘୁଚାପ ଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଯଦି ବର୍ଷାର ପରିମାଣ ଏପରି ଭାବରେ ବଢ଼ିଚାଲେ ତେବେ ଓଡ଼ିଶାରେ ମଧ୍ୟ ସ୍ଥିତି ସଙ୍ଗୀନ ହେବା ଆଶଙ୍କା କରାଯାଉଛି । ବନ୍ୟା ଭଳି ସ୍ଥିତି ଉପୁଜିବାର ଭୟ ରହୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking