28.1 C
Bhubaneswar
Friday, August 14, 2026
Homeଓଡିଶାବର୍ଷା ଜଳ ପରିଚାଳନାରେ ବିଜେପି ସରକାର
ସମ୍ପୂର୍ଣ୍ଣ ବିଫଳ: ବିଜେଡି

ବର୍ଷା ଜଳ ପରିଚାଳନାରେ ବିଜେପି ସରକାର
ସମ୍ପୂର୍ଣ୍ଣ ବିଫଳ: ବିଜେଡି

ବର୍ଷାରେ ବେହାଲ ସ୍ମାର୍ଟ ସିଟି ରାଉରକେଲା
ସରକାରଙ୍କ ଅପାରଗତା ପାଇଁ ଜଳବନ୍ଦୀ ଭଳି ଗମ୍ଭୀର ସ୍ଥିତି ସୃଷ୍ଟି ହେଉଛି
ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ସାରା ବିଶ୍ୱରେ ରୋଲ ମଡେଲ ସାଜିଥିଲା ଓଡ଼ିଶା
ରାଉରକେଲାରେ ଜଳବନ୍ଦୀ ସ୍ଥିତିକୁ ନେଇ ଗଭୀର ଚିନ୍ତା ପ୍ରକଟ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
ବନ୍ୟା ପରିଚାଳନାରେ ସରକାରଙ୍କ ବିଫଳତା ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ

ଭୁବନେଶ୍ୱର: ରାଉରକେଲା ଭଳି ଏକ ସ୍ମାର୍ଟ ସିଟିରେ ବର୍ଷା ଜଳ ନିଷ୍କାସନ ହୋଇ ନପାରିବାରୁ ଜଳବନ୍ଦୀ ଭଳି ଗମ୍ଭୀର ସ୍ଥିତି ସୃଷ୍ଟି ହୋଇଛି । ବର୍ଷା ଜଳ ପରିଚାଳନାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଜଳ ପରିଚାଳନାରେ ରାଜ୍ୟ ସରକାରଙ୍କ ଅପାରଗ ପଣିଆ ପାଇଁ ଲୋକେ ହନ୍ତସନ୍ତ ହେଉଥିବାରୁ କଡ଼ା ନିନ୍ଦା କରିଛି ବିଜୁ ଜନତା ଦଳ ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ଯେ, ରାଉଲକେଲା ଭଳି ସ୍ମାଟର୍୍ ସିଟିରେ ବର୍ଷା ଯୋଗୁଁ ଲୋକେ ଜଳବନ୍ଦୀ ହୋଇଛନ୍ତି । ସ୍ପୋର୍ଟ୍ସ ହବ୍ ଭାବେ ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ରାଉଲକେଲା । ହକି ବିଶ୍ୱକପ ଆୟୋଜନ କରି ରାଉରକେଲା ଯେଉଁ ଗୌରବ ଆଣିଥିଲା, ଏବେ ସହରରେ ଜଳବନ୍ଦୀ ସ୍ଥିତିକୁ ନେଇ ନିନ୍ଦିତ ହେଉଛି । ସହରରେ ଜଳବନ୍ଦୀ ସ୍ଥିତିକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧି ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଗମ୍ଭୀର ଚିନ୍ତା ପ୍ରକଟ କରିଛନ୍ତି । ରାଉରକେଲା ସ୍ମାର୍ଟ ସିଟିର ଡ୍ରେନେଜ୍ ଓ ସ୍ୱେରେଜ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଦିନେ ବଡ଼ ବଡ଼ ପ୍ରାକୃତିକ ବିପର୍ଯ୍ୟୟର ଦୃଢ଼ ମୁକାବିଲା କରି ପ୍ରଶଂସା ସାଉଁଟୁଥିବା ଓଡ଼ିଶା, ବର୍ଷା ଜଳ ପରିଚାଳନାରେ ରାଜ୍ୟ ସରକାରଙ୍କ ଚରମ ବିଫଳତା ପାଇଁ ଆଜି ଖବରକାଗଜର ଶିରୋନାମା ପାଲଟୁଛି ।

ଡ଼ ମହାନ୍ତି ଆହୁରି କହିଥିଲେ ଯେ, ରାଉରକେଲାକୁ ସ୍ମାଟର୍୍ ସିଟି ଭାବେ ଗଢ଼ି ତୋଳିବା ପାଇଁ ପୂର୍ବ ବିଜେଡି ସରକାର ଅନେକ ପଦକ୍ଷେପ ଗ୍ରହଣ କରିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ନେତୃତ୍ୱରେ ରାଉରକେଲା ଏକ ନୂଆ ରୂପ ପାଇଥିଲା । ଜଳବନ୍ଦୀ ସ୍ଥିତିରେ ରାଉରକେଲା ସହରବାସୀଙ୍କୁ ଖାଦ୍ୟ ଓ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ବିଧାୟକ ଶ୍ରୀ ସାରଦା ନାୟକ ଓ ବିଜେଡି କର୍ମକର୍ତ୍ତାମାନେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ ଜାରି ରଖିଛନ୍ତି । ଲୋକଙ୍କ ସରକାର ବୋଲାଉଥିବା ବିଜେପି ସରକାର ଏପରି ସ୍ଥିତିକୁ ସାମ୍ନା କରିବା ପରିବର୍ତ୍ତେ ପଛଘୁଞ୍ଚା ଦେଉଛନ୍ତି । ସହର ମଧ୍ୟରୁ ବର୍ଷା ଜଳ ନିଷ୍କାସନ ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଲେ ନାହିଁ, ଯାହା ଫଳରେ ଜଳବନ୍ଦୀ ଭଳି ଗମ୍ଭୀର ସ୍ଥିତି ସୃଷ୍ଟି ହେଲା । ସହରରେ ଆଜି ଯେଉଁ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି, ତାହା ମନୁଷ୍ୟକୃତ ଅଟେ ।

ଏଥିପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ରୂପେ ଦାୟୀ । ରାଉରକେଲା ସହରରେ ଜଳବନ୍ଦୀ ସମସ୍ୟାକୁ ହୃଦୟଙ୍ଗମ କରି ଦାୟିତ୍ୱବାନ ବିରୋଧୀ ଦଳ ହିସାବରେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଟ୍ୱିଟ୍ କରିଥିଲେ । ଅସୂହ୍ୟ ମନୋଭାବ ପୋଷଣ କରି ବିରୋଧୀ ଦଳ ନେତାଙ୍କ ଟ୍ୱିଟ୍କୁ ନେଇ ବିଜେପି ମୁଖପାତ୍ର ବିରଞ୍ଚି ନାରାୟଣ ତ୍ରିପାଠୀ ପ୍ରତିକ୍ରିୟା ଦେବା ଦୁର୍ଭାଗ୍ୟଜନକ । ନିଜ ଦୋଷକୁ ସ୍ୱୀକାର ନକରି ବିଜେପି କଟୁ ମନ୍ତବ୍ୟ ଦେବା ଆଦୌ ଗ୍ରହଣୀୟ ନୁହେଁ । ଯେତେବେଳେ ରାଜ୍ୟବାସୀ ବନ୍ୟାରେ ହନ୍ତସନ୍ତ ହେଉଥିଲେ, ସେତେବେଳେ ବିଜେପିର ଶୀର୍ଷ ନେତୃତ୍ୱ ଦିଲ୍ଲୀରେ ଭୋଜି କରୁଥିଲେ, ବିଜେପି ଏହାକୁ ଭୁଲିଯିବା ଉଚିତ୍ ନୁହେଁ । ରାଜ୍ୟ ସରକାରଙ୍କ ଜଳ ପରିଚାଳନାଗତ ତ୍ରୁଟି ଯୋଗୁଁ ପ୍ରଭାବିତ ଅଞ୍ଚଳରେ ଲୋକେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ରାଉରକେଲା ପରି ସ୍ମାର୍ଟ ସିଟିରେ ଲୋକେ ଏପର୍ଯ୍ୟନ୍ତ ଜଳବନ୍ଦୀ ହୋଇ ରହିଛନ୍ତି । ଜଳ ପରିଚାଳନା ନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରନ୍ତୁ ଓ ପ୍ରଭାବିତ ଲୋକଙ୍କୁ ଉପଯୁକ୍ତ ସହାୟତା ଓ କ୍ଷତିପୂରଣ ପ୍ରଦାନ କରନ୍ତୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking