27.1 C
Bhubaneswar
Friday, August 14, 2026
Homeଓଡିଶାତୀର୍ଥଯାତ୍ରୀ ବସ୍‌କୁ ଧକ୍କା ମାରିଲା ଟ୍ରକ୍‌: ଅଳ୍ପକେ ବର୍ତ୍ତିଲେ ୬୦ ଯାତ୍ରୀ

ତୀର୍ଥଯାତ୍ରୀ ବସ୍‌କୁ ଧକ୍କା ମାରିଲା ଟ୍ରକ୍‌: ଅଳ୍ପକେ ବର୍ତ୍ତିଲେ ୬୦ ଯାତ୍ରୀ

ବାଲେଶ୍ୱର: ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୬୦ ତୀର୍ଥଯାତ୍ରୀ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଇଲେକ୍ଟ୍ରି ଅଫିସ ନିକଟସ୍ଥ ଡାଇଭର୍ସନରେ ଘଟିଛି ଏହି ଦୁର୍ଘଟଣା । କଲିକତା ହୁଗୁଳି ଚଣ୍ଡୀକଳାରୁ ୬୦ ଜଣ ଯାତ୍ରୀଙ୍କୁ ନେଇ ‘ଓଡ଼ିଶୀ’ ନାମକ ଏକ ତୀର୍ଥଯାତ୍ରୀ ବସ୍‌ ପୁରୀ ଅଭିମୁଖେ ଯାଉଥିଲା ।ତେବେ ଡାଇଭର୍ସନ ନିକଟରେ ହଠାତ୍‌ ବସ୍‌ର ଷ୍ଟାର୍ଟ ବନ୍ଦ ହୋଇଯାଇଥିଲା । ଡ୍ରାଇଭର ଓ ଅନ୍ୟମାନେ ବସ୍‌କୁ ଠେଲି ଠେଲି ଷ୍ଟାର୍ଟ କରିବାକୁ ଚେଷ୍ଟା କରୁଥିଲେ। ଠିକ୍‌ ଏହି ସମୟରେ ପଛପଟୁ ଆସୁଥିବା ଏକ ଟ୍ରକ୍‌ ପ୍ରଥମେ ଏକ ଗ୍ୟାସ୍‌ ଟ୍ୟାଙ୍କରକୁ ଧକ୍କା ଦେଇଥିଲା। ପରେ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ତୀର୍ଥଯାତ୍ରୀ ବସ୍‌କୁ ସାଇଡ୍‌ ମାରିଥିଲା ।ଧକ୍କା ଏତେ ଜୋର୍‌ ଥିଲା ଯେ ଟ୍ରକ୍‌ର ସାମ୍ନା ଭାଗ ଭାଙ୍ଗି ଚୁରମାର ହୋଇଯାଇଛି । ତେବେ ସୌଭାଗ୍ୟବଶତଃ ବସ୍‌ରେ ଥିବା ସମସ୍ତ ୬୦ ଯାତ୍ରୀ ସୁରକ୍ଷିତ ଅଛନ୍ତି। କୌଣସି ବଡ଼ ଧରଣର କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି ।ଘଟଣା ପରେ ଗ୍ୟାସ୍‌ ଟ୍ୟାଙ୍କରଟି ସେଠାରୁ ପଳାଇ ଯାଇଥିବା ବେଳେ ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌ର ଡ୍ରାଇଭର ଓ ହେଲ୍‌ପର ମଧ୍ୟ ଫେରାର ହୋଇଯାଇଛନ୍ତି। ଖବର ପାଇ ସିମୁଳିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking