29.1 C
Bhubaneswar
Thursday, August 13, 2026
Homeଓଡିଶାଡିଜିଟାଲ ଭାରତ ନିଧି ଏବଂ ଡିଜିଟାଲ ଇଣ୍ଡିଆ ମିଶନରେ "ଭାରତ ନେଟ୍ ପରିଯୋଜନା" ଫେଜ୍-୩ ର...

ଡିଜିଟାଲ ଭାରତ ନିଧି ଏବଂ ଡିଜିଟାଲ ଇଣ୍ଡିଆ ମିଶନରେ “ଭାରତ ନେଟ୍ ପରିଯୋଜନା” ଫେଜ୍-୩ ର ସମୀକ୍ଷା ବୈଠକ

ଭୁବନେଶ୍ୱର: ଆଜି ଭୁବନେଶ୍ୱରସ୍ଥିତ ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର (OCAC) ଠାରେ ଡିଜିଟାଲ ଭାରତ ନିଧି ଅଧୀନରେ ରାଜ୍ୟରେ ଚାଲିଥିବା ବିଭିନ୍ନ ଟେଲିକମ୍ ପ୍ରକଳ୍ପର ଅଗ୍ରଗତି ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ମାନ୍ୟବର ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ଏହି ବୈଠକର ଅଧ୍ୟକ୍ଷତା କରି ରାଜ୍ୟର ସୁଦୂର ଓ ଗ୍ରାମାଞ୍ଚଳରେ ମୋବାଇଲ୍ ଏବଂ ଇଣ୍ଟରନେଟ୍ ସେବାର ପ୍ରସାର, ୪ଜି ସଂଯୋଗୀକରଣ ଏବଂ ନୂତନ ଟେଲିକମ୍ ଟାୱାର ସ୍ଥାପନର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିଛନ୍ତି । ବିଶେଷକରି ଦୁର୍ଗମ ଓ ଗ୍ରାମାଞ୍ଚଳରେ ନେଟୱର୍କ ସଂଯୋଗୀକରଣକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ରାଜ୍ୟର ୬,୭୯୯ଟି ଗ୍ରାମ ପଞ୍ଚାୟତକୁ ଆଇପି ଏମ୍ପିଏଲଏସ ପ୍ରଯୁକ୍ତି ସହ ରିଂ ଟୋପୋଲୋଜିରେ ଅପଗ୍ରେଡ୍ କରାଯିବା ଏବଂ ଗ୍ରାମ ସ୍ତର ପର୍ଯ୍ୟନ୍ତ FTTH (Fiber to the Home) ସଂଯୋଗ ବିସ୍ତାର କରାଯିବା ନିମନ୍ତେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ତତ୍ୱାବଧାନରେ ଡିଜିଟାଲ ଇଣ୍ଡିଆ ମିଶନର “ଭାରତ ନେଟ୍ ପରିଯୋଜନା” ଫେଜ୍-୩ର ମଧ୍ୟ ସମୀକ୍ଷା କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଏହାକୁ ଆଗାମୀ ୩ ବର୍ଷରେ ଶେଷ କରାଯିବାକୁ ନେଇ ହୋଇଥିବା ନିଷ୍ପତିକୁ ସମାୟାନୁବର୍ତ୍ତୀ ହୋଇ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟର ପ୍ରତ୍ୟେକ ଗାଁକୁ ଇଣ୍ଟରନେଟ୍ ସେବା ସହିତ ଯୋଡ଼ିବା ଏବଂ ଲୋକଙ୍କ ନିକଟରେ ଡିଜିଟାଲ୍ ସେବା ପହଞ୍ଚାଇବା ସରକାରଙ୍କ ପ୍ରମୁଖ ଲକ୍ଷ୍ୟ । ଏହି ଲକ୍ଷ୍ୟ ପୂରଣ ପାଇଁ ନେଟୱର୍କ ସଂଯୋଗୀକରଣରେ ଥିବା ଅବ୍ୟବସ୍ଥା ଓ ଅଭାବକୁ ଦୂର କରିବା ସହ ଟାୱାର ସ୍ଥାପନ ଏବଂ ୪ଜି ସେବାର ପ୍ରସାରକୁ ତ୍ୱରାନ୍ୱିତ କରିବାକୁ ଟେଲିକମ୍ କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ମୌସୁମୀ, ବନ୍ୟା ସମୟରେ ନେଟୱର୍କ ମେସିନ ଗୁଡିକର ସଂରକ୍ଷଣ,ପ୍ରମୁଖ ସ୍ଥାନଗୁଡିକରେ ଦୁର୍ବଳ ଇଣ୍ଟରନେଟ, ମେଡ଼ିକାଲ ଗୁଡିକରେ ଜରୁରୀ ଇଣ୍ଟରନେଟ ସେବା ପାଇଁ ଧ୍ୟାନ ଦେବାକୁ ମାନ୍ୟବର ମନ୍ତ୍ରୀ କହିଛନ୍ତି ।
ଡିସେମ୍ବର ୨୦୨୬ ସୁଦ୍ଧା ରାଜ୍ୟରେ ନେଟୱର୍କ ସଂଯୋଗୀକରଣରେ ଉନ୍ନତି ଆଣିବା ପାଇଁ ବୈଠକରେ ଉପସ୍ଥିତ ସମସ୍ତ ଟେଲିକମ୍ ଅପରେଟରମାନେ ଜଣାଇଛନ୍ତି । ଡିଜିଟାଲ୍ ସଂଯୋଗୀକରଣ ଫଳରେ ଶିକ୍ଷା, ସ୍ୱାସ୍ଥ୍ୟ, ଇ-ଗଭର୍ଣ୍ଣାନ୍ସ, ଆର୍ଥିକ ସେବା ଓ ରୋଜଗାର ଭଳି କ୍ଷେତ୍ରରେ ଦୁର୍ଗମ ଅଞ୍ଚଳର ଲୋକମାନେ ଯେପରି ସୁଫଳ ପାଇପାରିବେ, ସେଥିପାଇଁ ଟେଲିକମ୍ ଭିତ୍ତିଭୂମିର ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ମାନ୍ୟବର ମନ୍ତ୍ରୀ ବୈଠକରେ ଜୋର ଦେଇଛନ୍ତି ।
ଏହି ସମୀକ୍ଷା ବୈଠକରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ବିଭାଗର ଅଧିକାରୀ, ଓକାକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ ପ୍ରଦୀପ କୁମାର ରାଉତ ଏବଂ ବିଏସଏନଏଲ ସମେତ ବିଭିନ୍ନ ଟେଲିକମ୍ ଅପରେଟରଙ୍କ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking