31.1 C
Bhubaneswar
Thursday, August 13, 2026
Homeଓଡିଶାସରପଞ୍ଚ ଚାମେଲୀ ଓଝାଙ୍କ ବିରୋଧରେ ସରିଲା ଅନାସ୍ଥା ଭୋଟିଂ

ସରପଞ୍ଚ ଚାମେଲୀ ଓଝାଙ୍କ ବିରୋଧରେ ସରିଲା ଅନାସ୍ଥା ଭୋଟିଂ

ମହାକାଳପଡ଼ା : ବହୁ ଚର୍ଚ୍ଚିତ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ତିଖିରି ପଞ୍ଚାୟତ ଅଫିସଠାରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଗୁରୁବାର ସରପଞ୍ଚ ଚାମେଲୀ ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଭୋଟିଂ ଶେଷ ହୋଇଛି। ଅପରପକ୍ଷରେ ସରପଞ୍ଚ ଓଝା ଉପସ୍ଥିତ ଥିଲେ। ଉଚ୍ଚ ନ୍ୟାୟାଳୟର ସତନ୍ତ୍ର ଏକ ଅନ୍ତରୀଣ ରାୟ ନିର୍ଦ୍ଦେଶନାମା କପି ସରପଞ୍ଚ ଚାମେଲୀ ଓଝା ଦାୟିତ୍ୱରେ ଥିବା ରିଟର୍ନିଂ ଅଫିସର ଡେରାବିଶ ତହସିଲଦାର ସରୋଜକାନ୍ତ ନାୟକଙ୍କୁ ପ୍ରଦାନ କରିଥିଲେ। ମୋ’ ବିରୋଧରେ ମିଥ୍ୟା ଆରୋପ ଲଗାଇଛନ୍ତି ବୋଲି ଅଫିସର ନାୟକଙ୍କୁ କହିଛନ୍ତି। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଏସ୍‌ଡିପିଓ ଜ୍ୟୋତି ରଞ୍ଜନ ଗୌଡ଼ଙ୍କ ସମେତ ମାର୍ଶାଘାଇ ଥାନା ଅଧିକାରୀ ତପନ କୁମାର ନାୟକି, ପାଟକୁରା ଥାନା ଅଧିକାରୀ ସୌମ୍ୟ ରଞ୍ଜନ ବିଶ୍ୱାଳଙ୍କ ସମେତ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଥିଲେ। ସୂଚନା ଅନୁସାରେ ପୂର୍ବ ନିର୍ଦ୍ଧାରିତ ଅନୁସାରେ ପଞ୍ଚାୟତର ୨୨ ଓ୍ବାର୍ଡ ସଭ୍ୟାସଭ୍ୟମାନେ ସରପଞ୍ଚଙ୍କ ବିରୋଧରେ ଉପଜିଲାପାଳ ଅରୁଣ କୁମାର ନାୟକଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଜିଲା ପ୍ରଶାସନ ନିର୍ଦ୍ଦେଶ ଅନୁସାରେ ଗୁରୁବାର ଅନାସ୍ଥା ପ୍ରସ୍ତାବ ଭୋଟିଂ ପାଇଁ ଧାର୍ଯ୍ୟ ସମୟ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking